Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ତେଲ ପକାଇ ଫେରୁଥିଲେ, ମାଡ଼ିଗଲା ଟ୍ରକ୍‌: ବାଇକ୍‌ ଆରୋହୀ ମୃତ

25/10/2020 at 9:54 PM

ଆନନ୍ଦପୁର ୨୫/୧୦: ପେଟ୍ରୋଲ୍‌ ପମ୍ପରୁ ତେଲ ପକାଇ ଘରକୁ ଫେରୁଥିଲେ। ପଛପଟୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ଚାଲିଗଲା ଜୀବନ। ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ଧକୋଠା ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ।

ମୃତ ବାଇକ୍ ଆରୋହୀ ସ୍ଥାନୀୟ ଅମାରଙ୍ଗ ଗାଁର କୁନା ନାଇକ । କୁନା ଆଜି ପାଖାପାଖି ରାତି ୯ଟା ସମୟରେ ଧକୋଠା ଟେଲିଫୋନ୍ ଏକ୍ସଚେଞ୍ଜ ଅପରପାର୍ଶ୍ବରେ ଥିବା ପେଟ୍ରୋଲ୍ ପମ୍ପରୁ ବାଇକ୍‌ରେ ତେଲ ପକାଇ ଘରକୁ ଫେରୁଥିଲେ । ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ଯୁ ଘଟିଥିଲା ।

ଖବର ପାଇ ଘସିପୁରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଫେରାର ଥିବା ଟ୍ରକ୍ ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଛି ।

   Related Posts