ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
9/12/2020 at 11:26 AM

ବଲାଙ୍ଗିର ୯।୧୨: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍ । ଟ୍ରକ୍ ର ଆଗ ଚକ ଫାଟିଯିବାରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଖମାର ମୁଣ୍ଡା ଛକରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ବରଗଡରୁ ବଲାଙ୍ଗୀର ଆସୁଥିବା ଖମାର ମୁଣ୍ଡା ଛକରେ ଡାଲି ବୋଝେଇ ଟ୍ରକ୍ ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡ ଫଳରେ ଟ୍ରକ୍ ଟି ସମ୍ପୂର୍ଣ୍ଣ ପୋଡିଯାଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଟ୍ରକ୍ ର ଆଗ ଟାୟାର ଫାଟିଯିବାରୁ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021