Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିବା ପରେ ଜଳିଗଲା ଟ୍ରକ୍

1/08/2019 at 8:23 AM

ଉଦଳା ୧|୮: ରାସ୍ତା ଉପରେ ପାଉଁଶ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳିଯାଇଛି । ରାସ୍ତା ପାର୍ଶ୍ବରେ ହୁତୁହୁତୁ ହୋଇ ଜଳିଯାଇଛି ଟ୍ରକ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୁଂଟା ଥାନା କେନାଲ ଛକ ନିକଟରେ ।  

ସୂଚନାଯାଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ଖୁଂଟା ଅଭିମୁଖେ ଆସୁଥିଲା ଏକ ପାଉଁଶ ବୋଝେଇ ଟ୍ରକ୍ । ଖୁଂଟା ଥାନା କେନାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବକୁ ଟ୍ରକ୍ ଟି ଓଲଟି ପଡିଥିଲା । ଏହାପରେ ହଠାତ୍ ଟ୍ରକରେ ନିଅଁ। ଲାଗିଯାଇଥିଲା । ଫଳରେ ଟ୍ରକ୍ ଟି ହୁତୁହୁତୁ ହୋଇ ଜଳିଥିଲା । ଟ୍ରକଟି ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଖୁଂଟା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଟ୍ରକର ଡ୍ରାଇଭର ଏବଂ ଖଲାସି ସୁରକ୍ଷିତ ଥିବା ଜଣାଯାଇଛି । ତବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । 

   Related Posts