ଦୁର୍ଘଟଣା ଗ୍ରସ୍ତ ହେବା ପରେ ଟ୍ରକ୍ରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
5/07/2019 at 5:15 PM

ବଲାଙ୍ଗୀର ୫|୭ : ବିଶାଖାପାଟଣାରୁ ରାଇଗଡ଼ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ପରେ ଟ୍ରକରେ ନିଆଁ ଲାଗିଯାଇଛି । ତେବେ ଟ୍ରକରେ ଥିବା ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନାଯୋଗ୍ୟ ପାଟଣାଗଡ ନିକଟ ସାଲେପଲି ଗାଁ ପାଖରେ ବିଶାଖାପାଟଣାରୁ ରାଇଗଡ଼ ଯାଉଥିବା କୋଇଲା ବୋଝେଇ ଟ୍ରକ ( RJ 18 j 1271-)ର ଆଗଚକ ଫାଟିଯିବାରୁ ଭାରସ୍ୟାମ ହରାଇ ଗୋଟିଏ ପୋଲରେ ପିଟି ହୋଇଥିଲା । ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା ଓ ତୁରନ୍ତ ଟ୍ରକରେ ନିଆଁ ଲାଗିଯାଇଥିଲା । ଟ୍ରକରେ ନିଆଁ ଲାଗିବା ଦେଖି ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପାଟଣାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।