Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ବିଦ୍ୟୁତ ସଂସ୍ପର୍ଶରେ ଆସିଗଲା ହାଇଓ୍ୱା, ଡ୍ରାଇଭର ଗୁରୁତର

3/11/2020 at 1:13 PM

ପାଟଣା ୦୩।୧୧: ଜାତୀୟ ରାଜପଥ ୪୯ ତୁରୁମୁଙ୍ଗା  ବୈତରଣୀ  ପୋଲ ନିକଟରେ ଦୁର୍ଘଟଣା ।  ୩୩ କେଭି  ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ହାଇଓ୍ୱା ଗାଡିର ଚକ ।  ଡ୍ରାଇଭର କୁଞ୍ଜ ମହାକୁଡ଼ ଗୁରୁତର ଅବସ୍ଥାରେ  ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ରାସ୍ତା ସମ୍ପ୍ରସାରଣ କାମ ଚାଲିଛି । ଏହି ସମୟରେ ଏକ ହାଇଓ୍ୱା ମାଟି ପକାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ କି ହାଇଓ୍ୱାରେ ନିଆଁ ଲାଗିଯାଇଥିଲା ।

ଗାଡିର ଚକ ପୋଡିଯିବା ସହ ଡ୍ରାଇଭର କୁଞ୍ଜ ମହାକୁଡ଼ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ  ପ୍ରଥମେ ତୁରୁମୁଙ୍ଗା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି  କରାଯାଇଛି । ତେବେ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

   Related Posts