Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

୧୫ କୋଟି ଟଙ୍କାର ମୋବାଇଲ୍‌ ଲୁଟିନେଲେ, ଡ୍ରାଇଭରକୁ ବାନ୍ଧି ଟ୍ରକ୍‌ ଖାଲି କରିଦେଲେ

22/10/2020 at 8:36 PM

କ୍ରିଷ୍ଣାଗିରି ୨୨/୧୦:  ବିଭିନ୍ନ ରାଜ୍ୟରେ ବଢ଼ିଚାଲିଛି ହାଇ ଓ୍ବେ ଲୁଟେରାଙ୍କ ଦୌରାତ୍ମ୍ୟ। ମଧ୍ୟରାତ୍ରିରେ ଜାତୀୟ ରାଜପଥ ଉପରେ ବିଭିନ୍ନ ଗାଡ଼ିକୁ ଅଟକାଇ ନିଜର ଯୋଜନାକୁ ସଫଳ କରୁଛନ୍ତି ହାଇ ଓ୍ବେ ଲୁଟେରା । ତାମିଲନାଡୁର କ୍ରିଷ୍ଣାଗିରି ଅଞ୍ଚଳରେ ଏକ ହାଇ ପ୍ରୋଫାଇଲ୍‌ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ମୋବାଇଲ୍‌ ଫୋନ୍‌ ବୋଝେଇ ଟ୍ରକ୍‌ ଲୁଟିଛନ୍ତି ଲୁଟେରା। ୧୫ କୋଟି ଟଙ୍କା ମୂଲ୍ୟର ମୋବାଇଲ୍‌ ଫୋନ୍‌ ଲୁଟ୍‌ ହୋଇଥିବା ପୋଲିସ୍‌ କହିଛି।

ବୁଧବାର ବିଳମ୍ବିତ ରାତିରେ ଏଭଳି ଲୁଟ୍‌ ହୋଇଥିବା ବେଳେ ଲୁଟେରା ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପରଙ୍କୁ ବାନ୍ଧି ଫେରାର ହୋଇଯାଇଛନ୍ତି। ଆଉ ସାଥିରେ ନେଇଯାଇଛନ୍ତି ୧୫ କୋଟିର ମୋବାଇଲ୍‌ ଫୋନ୍‌। ଚେନ୍ନାଇରୁ –ମୁମ୍ବାଇ ଆସୁଥିଲା ମୋବାଇଲ୍‌ ବୋଝେଇ ଟ୍ରକ୍‌। ଟ୍ରକ୍‌ରେ ୧୪୪୦ ବାକ୍ସରେ ଥିଲା ୧୪,୪୦୦ ମୋବାଇଲ୍‌ ଫୋନ୍‌। ଏଗୁଡ଼ିକ ଏମଆଇ ଫୋନ୍‌ ହୋଇଥିବା ବେଳେ ଡିଏଚ୍‌ଏଲ ଏକ୍ସପ୍ରେସ୍‌ ନେଇଥିଲା ଏହାର ପରିବହନ ଦାୟିତ୍ବ।

ଡିଏସ୍‌ପି ସି ମୁରଲିଙ୍କ ଅନୁସାରେ, ସତିଶ କୁମାର ଯିଏକି ଟ୍ରକ୍‌ ଡ୍ରାଇଭର ଥିଲା। ଏନ ଅରୁଣ ଥିଲା ହେଲ୍‌ପର। ଦୁଇ ଜଣ ଟ୍ରକ୍‌ ନେଇ ପୁନମାଲିରୁ ଯାତ୍ରା ଆରମ୍ଭ କରିଥିଲେ। ମଙ୍ଗଳବାର ଦିନ ୩ରୁ ଯାତ୍ରା ଆରମ୍ଭ କରିଥିବା ବେଳେ ରାତ୍ର ଭୋଜନ ପାଇଁ ପାଖାପାଖି ରାତି ୮ରେ ଭେଲୋରରେ ଗାଡ଼ି ରଖିଥିଲେ। ଖାଇ ସାରିବା ପରେ ପୁଣି ରାତି ୧୦.୩୦ରେ ଯାତ୍ରା ଆରମ୍ଭ କରିଥିଲେ ସତିଶ ଓ ଅରୁଣ ।

ବୁଧାବର ରାତି ୨ଟା। ସେତେବେଳକୁ ଟ୍ରକ୍‌ ପହଞ୍ଚିଥିଲା ମେଲୁମଲାଇରେ। କ୍ରିଷ୍ଣାଗିରି ଓ ଶୋଲାଗିରି ମଝିରେ ଥିବା ପାହାଡ଼ିଆ ଅଞ୍ଚଳ ହେଉଛି ମେଲୁମଲାଇ। ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥ ଉପରେ ପୁଣି ଶୁନଶାନ୍‌ ସ୍ଥାନରେ ତାଙ୍କ ଟ୍ରକ୍‌ର ବାଟ ଓଗାଳିଥିଲା ଆଉ ଏକ ଟ୍ରକ୍‌। ଟ୍ରକ୍‌ ଭିତରେ ଥିଲେ ୬ ବ୍ୟକ୍ତି। ସେମାନଙ୍କ ମଧ୍ୟରୁ  ୨ ଜଣ ଓହ୍ଲାଇ ଆସି ସତିଶ ଓ ଅରୁଣଙ୍କୁ ବାନ୍ଧିବା ସହ ଟ୍ରକ୍‌ ନେଇଯାଇଥିଲେ।

ଲୁଟେରା ଗ୍ୟାଙ୍ଗ ଦୁଇଟି ଟ୍ରକ୍‌ ନେଇ ଯାଇଥିଲେ। କିନ୍ତୁ କିଛି ବାଟ ଗଲା ପରେ ମୋବାଇଲ୍‌ ବୋଝେଇ ଟ୍ରକ୍‌ରୁ ସମସ୍ତ ଫୋନ୍‌ ସେମାନେ ଆଣିଥିବା ଟ୍ରକ୍‌ରେ ଲୋଡ୍‌ କରିଥିଲେ। ତାପରେ ସତିଶ ଓ ଅରୁଣଙ୍କ ସହ  ଟ୍ରକ୍‌ଟିକୁ ରାସ୍ତାକଡ଼ରେ ଛାଡ଼ି ସେମା​‌ନେ ଆଣିଥିବା ଟ୍ରକ୍‌ ନେଇ ଫେରାର ହୋଇଯାଇଥିବା ଡିଏସ୍‌ପି ମୁରଲି କହିଛନ୍ତି।

ପରେ ସତିଶ ଓ ଅରୁଣ ବହୁ କଷ୍ଟରେ ରଶି ଛିଣ୍ଡାଇବାରେ ସକ୍ଷମ ହୋଇଥିଲେ। ନିଜ ମୋବାଇଲ୍‌ରୁ ୧୦୮କୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଡ୍ରାଇଭର ସେମାନଙ୍କୁ କ୍ରିଷ୍ଣାନଗର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହାୟତାରେ ସତିଶ ହୋସୁର ଥାନା​‌ରେ ଅଭିଯୋଗ କରିଥିଲେ ବୋଲି ପୋଲିସ କହିଛି।  

   Related Posts