ଟ୍ରକ ଡ୍ରାଇଭର ଦୁର୍ଘଟଣାରେ ଗୁରୁତର : ଲୋକେ ପିଆଜ ଚୋରି କରିବାରେ ବ୍ୟସ୍ତ

Published By : Prameya-News7 Bureau | November 03, 2018 IST

ମୁମ୍ବାଇ ୩/୧୧ : ପୁଣେ-ମୁମ୍ବାଇ ଲୋନାୱଲା ନିକଟ ଭଳବାନ ବ୍ରିଜ ନିକଟରେ ଏକ ପିଆଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଗୁରୁବାର ସକାଳେ ଏହି ପିଆଜ ବୋଝେଇ ଟ୍ରକ ବ୍ରିଜ ଉପରେ ଆସୁଥିବାବେଳେ ହଠାତ ବ୍ରିଜ ତଳକୁ, ୩୦ ଫୁଟ ତଳକୁ ଏନଏଚରେ ଓଲଟି ପଡିଯାଇଥିଲା | ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ | ପୋଲିସ କହିବା ଅନୁଯାୟୀ ଟ୍ରକ ଡ୍ରାଇଭର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ଫଳରେ ଟ୍ରକଟି ବ୍ରିଜ ତଳକୁ ଖସି ପଡିଥିଲା | ତେବେ ଗୁରୁତର ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନା ନେବା ବଦଳରେ ସେଠାକାର ଲୋକେ ସଂଗେ ସଂଗେ ଲାଗିଯାଇଥିଲେ ରାସ୍ତାରେ ବିଛେଇହୋଇ ପଡିଥିବା ଗୋଟେଇବାରେ | ଖାଲି ସେତିକି ନୁହେଁ ରାସ୍ତା ଯାଉଥିବା ଅନ୍ୟାନ୍ୟ ଗାଡି ମଧ୍ୟ ଗାଡି ରଖି ପିଆଜ ଗୋଟେଇନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଆହତ ଡ୍ରାଇଭରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରେଇଥିଲା | ଡ୍ରାଇଭର ଜଣକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି | ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଟ୍ରକ ଦୁର୍ଘଟଣାଗସ୍ତ ହୋଇ ରାସ୍ତାରେ ପିଆଜ ବିଛେହୋଇ ପଡିରହିଥିବା ଖବର ସଙ୍ଗେସଙ୍ଗେ ନିଆଁ ଭଳି ଆଖପାଖ ଅଂଚଳକୁ ବ୍ୟାପିଯାଇଥିଲା | ଖବର ଶୁଣି ଦୌଡ଼ି ଆସିଥିଲେ ଦୁର୍ଘଟଣାସ୍ଥଳୀକୁ | କିନ୍ତୁ ଡ୍ରାଇଭରଙ୍କୁ ସାହାଯ୍ୟ କରିବବକୁ ନୁହେଁ ବରଂ ରାସ୍ତାରେ ପଡିଥିବା ପିଆଜ ଚାରିକରିବା ପାଇଁ | ଲୋକେ ନିଜ ନିଜ ଘରୁ ବ୍ୟାଗ ମଧ୍ୟ ନେଇକି ଆସିଥିଲେ ପଡ଼ିଯାଇଥିବା ପିଆଜ ଗୋଟେଇନେବା ପାଇଁ | ତେବେ ରାଜପଥ କିଛି ସମୟ ପାଇଁ ବନ୍ଦ ରହିଥିଲା | ପୋଲିସ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଆହତ ହୋଇଥିବା ଡ୍ରାଇଭରଙ୍କ ଏଯାଏଁ ପରିଚୟ ମିଳିପାରିନାହିଁ | ତେବେ ଲୋନାୱଲା ପୋଲିସ ପିଆଜ ଚୋରି କରିଥିବା ଅଭିଯୋଗରେ କିଛି ଲୋକଙ୍କ ନାଁରେ ନିଜ ଆଡୁ ମାମଲା ରୁଜ୍ଜୁ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.