ଟ୍ରକ କାର୍ ମୁହାଁମୁହିଁ ଧକ୍କା: କାର ଚାଳକ ଓ ତାଙ୍କ ସାଥିଙ୍କ ମୃତ୍ୟୁ, ଟ୍ରକ୍ ଡ୍ରାଇଭର ଫେରାର

Published By : Prameya-News7 Bureau | September 11, 2020 IST

ସମ୍ବଲପୁର ୧୧/୦୯ : ସମ୍ବଲପୁର ଜିଲ୍ଲା ଯୁଯୁମୁରାରେ ଟ୍ରକ ଓ କାର୍ ମୁହାଁ ମୁହିଁ ଧକ୍କା ହୋଇଛି | ଦୁର୍ଘଟଣାରେ କାର ଚାଳକ ଓ ତାଙ୍କ ସାଥି ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି | ତେବେ ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଫେରାର୍ ହୋଇଯାଇଛି | ମୃତ ଦୁଇ ଜଣ ହେଲେ ସୁଦୀପ୍ତ ଖାଲକୋ ଓ ପ୍ରଶାନ୍ତ ଏକ୍କା | ଉଭୟଙ୍କ ଘର ସୁନ୍ଦରଗଡ ତଲସରାର ରାମପୁରରେ ବୋଲି ଜଣାପଡିଛି | ଖବର ପାଇ ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି |

{"id":328032,"sizeSlug":"large"}


ସୂଚନା ଅନୁସାରେ ଏକ ନୂଆ ଟାଟା ନେକ୍ସନ କାରରେ ସମ୍ବଲପୁର ପଟୁ ଯାଉଥିବାବେଳେ ଭୁବନେଶ୍ବର ପଟୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ଘଟଣାସ୍ଥଳରେ କାର୍ ଚାଳକ ଓ ସାଥୀଙ୍କ ମୃତ୍ୟୁ ଘଟିଥିଲା | ଦୁର୍ଘଟଣାରେ କାର୍ ଚାଳକ ଓ ସାଥୀ କାରରେ ଚାପି ହୋଇଯାଇଥିଲେ | ସୂଚନା ପାଇ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା | ଅଗ୍ନିଶମ ବିଭାଗ ବିଦ୍ୟୁତ କଟର ସାହାଯ୍ୟରେ କାର କାଟି ମୃତଦେହ ବାହାର କରିଥିଲେ | ତେବେ କାର୍ କୁ ଧକ୍କା ଦେବା ପରେ ଟ୍ରକଟି ଆଉ ଗୋଟିଏ ପିକଅପ ଭ୍ୟାନକୁ ଧକ୍କା ଦେଇ ଫେରାର ହୋଇଯାଉଥିଲା | କିନ୍ତୁ ଲୋକ ଗହଳି ହେବାରୁ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.