ବ୍ରିଜ୍ ଉପରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଡ୍ରାଇଭର ଆହତ

Published By : Prameya-News7 Bureau | November 18, 2020 IST

ସାନଖେମୁଣ୍ଡି ୧୮।୧୧: ଗଞ୍ଜାମ ଜିଲ୍ଲା ଆସିକା ବଡନଦୀ ବ୍ରିଜ୍ ଉପରେ ଟ୍ରକକୁ ଧକ୍କା ଦେଲା ବସ୍ । ଦୁର୍ଘଟଣା ଫଳରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭର ହେଲେ ଉତ୍ତର ପ୍ରଦେଶ ଅଂଚଳର ଲଛମନ ଚୌହାନ । ଆହତ ଡ୍ରାଇଭରଙ୍କ ଗୋଡ଼ରେ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ଆସିକା ମେଡିକାଲରେ ଭର୍ତ୍ତି କରିଛନ୍ତି ।

{"id":363576,"sizeSlug":"large"}

ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିଥିବା ବେଳେ ଯାତ୍ରୀବାହୀ ବସରେ ବସିଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ବସଟି ନୂଆଗାଁରୁ ଆସିକା ଅଭିମୁଖେ ଆସୁଥିବା ବେଳେ ଟ୍ରକ୍ ଟି ବାଲିପଦର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.