ବାଇକକୁ ଧକ୍କା ଦେଇ ଜଳିଗଲା ଟ୍ରକ୍ : ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | October 15, 2019 IST

ଦେବଗଡ ୧୫/୧୦: ଦେବଗଡ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ପ୍ରଭାସୁଣୀ ଗ୍ରାମ ନିକଟରେ ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିକଟସ୍ଥ ବିଲେଇଘାଟୀ ଗ୍ରାମର ଭକୁଲୁ ମହାକୁଳ।

{"id":170460}

ମୃତ ବ୍ୟକ୍ତି ଜଣକ ବାଇକରେ କୁଚିଣ୍ଡା ପଟୁ ଫେରୁଥିବା ବେଳେ ପ୍ରଭାସୁଣୀ ଗ୍ରାମ ନିକଟସ୍ଥ ମୋଡରେ ଦେବଗଡ କଡରୁ ଯାଉଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ଦେବଗଡ ଅଗ୍ନିଶମ ବିଭାଗ ନିଆଁ ଲିଭାଇବାକୁ ଘଟଣା ସ୍ଥଳକୁ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.