ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ

Published By : Prameya-News7 Bureau | December 03, 2021 IST

ଭଦ୍ରକ ୦୩।୧୨ : ୧୬ ନମ୍ବର ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ସୂଚନା ଅନୁଯାୟୀ, କୋଇଲା ବୋଝେଇ ଟ୍ରକଟି ଭଦ୍ରକ ଆଡୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ୧୬ ନଂ ଜାତୀୟ ରାଜପଥ ଭଦ୍ରକ ଭଣ୍ଡାରିପୋଖରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରକଟି ଜଳିବାକୁ ଲାଗିଥିଲା। ଟ୍ରକଟି ଜଳୁଥିବା ଦେଖି ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର ଜୀବନ ବିକଳରେ ଗାଡ଼ିରୁ ବାହାରି ପଳାଇ ଆସିଥିଲେ। ଗାଡିରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.