ଭୟଙ୍କର ସଡକ ଦୁର୍ଘଟଣା : ବୋଲେରୋକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | April 20, 2019 IST

ରାଞ୍ଚି ୨୦/୪ : ରାଞ୍ଚି ନାମକୁମରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି | ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି | ରାଞ୍ଚି-ଟାଟା ରାସ୍ତାରେ ରାମପୁର ଥାନା ଅଂଚଳରେ ଏକ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା ଦେବା ହେବାରୁ ଗାଡିର ଖଣ୍ଡ ଖଣ୍ଡ ହୋଇଯାଇଥିଲା | ଟ୍ରକରେ ବ୍ୟାଟେରୀ ଲୋଡ଼ ହୋଇଥିଲା |

{"id":105380}

ଆଜି ଦିନ ପ୍ରାୟ ୩ଟା ବେଳେ ଦୁର୍ଘଟଣା ଘଟିଥିଲା | ବୋଲେରୋରେ ଯାତ୍ରା କରୁଥିବା ସମସ୍ତ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି | ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି | ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି | ମୃତକଙ୍କ ପରିବାର ପିପ୍ରଟୋଲି ଅଂଚଳର ବୋଲି ଜଣାପଡିଛି | ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦୁର୍ଘଟଣା ବହୁତ ଭୟଙ୍କର ଥିଲା | ମୃତକଙ୍କ ଶବ ମଧ୍ୟ କ୍ଷତବିକ୍ଷତ ହୋଇ ରାସ୍ତାରେ ଏପଟେ ସେପଟେ ପଡିଥିଲା ବୋଲି କହିଛନ୍ତି |

{"id":105381}


ମୃତକଙ୍କ ମଧ୍ୟରେ ଜଣେ ଯୁବକଙ୍କର ୧୬ ତାରିଖରେ ବିବାହ ହୋଇଥିଲା | ବିବାହ ପରେ ଉଭୟ ବରକନ୍ୟାଙ୍କୁ ଆଣିବା ପାଇଁ ପରିବାରଲୋକେ ବୁନ୍ଦୁ ଯାଉଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.