କେନ୍ଦୁଝରରେ ଟ୍ରକକୁ ପଛରୁ ପିଟିଲା ବୋଲେରୋ : ଦମ୍ପତ୍ତି ମୃତ

Published By : Prameya-News7 Bureau | April 04, 2019 IST

କେନ୍ଦୁଝର ୪/୩: କେନ୍ଦୁଝରରେ ଟ୍ରକକୁ ପଛରୁ ପିଟିଲା ବୋଲେରୋ । ସଦର ଥାନାର ପାଳସପଙ୍ଗା ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ବଳଭଦ୍ର ମହାକୁଡ ଓ ତାଙ୍କ ପତ୍ନୀ ବିଣାଦେବୀ ମହାକୁଡ ।

{"id":99893,"width":589,"height":785}

  ଏଥିସହ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ସେମାନେ ଭୁବନେଶ୍ବରରୁ କେନ୍ଦୁଝରର ବଲାଣି ସ୍ଥିତ ନିଜ ଘରକୁ ଫେରୁଥିଲେ ।  ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛି ।

{"id":99894,"width":594,"height":792}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.