ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା, ୩ ଆହତ
26/12/2020 at 4:48 PM

ଟାଙ୍ଗୀ ୨୬।୧୨: ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଚାନ୍ଦପୁର ଥାନା ୧୬ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା ।

ଚାନ୍ଦପୁର ଥାନା ୧୬ ନଂ ଜାତୀୟ ରାଜପଥରେ ହାଇୱା ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍ ଚାଳକ ଏବଂ ଆରୋହୀ ସମସ୍ତେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ହାଇୱା ଟ୍ରକ୍ ଓ ବାଇକକୁ ଜବତ କରି ତଦନ୍ତ ଚଳାଇଛି । ଆହତମାନେ ହେଲେ ପ୍ରଫୁଲ୍ଲ ରାଉତ, ତାଙ୍କ ପତ୍ନୀ ପ୍ରମିଳା ରାଉତ ଓ ପୁଅ ଗଣେଶ ରାଉତ । ଏମାନଙ୍କ ଘର ନୟାଗଡ଼ ଜିଲ୍ଲା ବାଉଁଶଗଡ଼ ବୋଲି ଜଣାପଡିଛି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021