Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଆଖିରେ ଲାଇଟ୍ ପଡିବାରୁ ଅଟକି ଗଲେ ବାଇକ୍ ଚାଳକ, ପଛରୁ ପିଟିଦେଲା ଟ୍ରକ୍ : ଜୀବନ ହାରିଲେ ଫାର୍ମାସିଷ୍ଟ ଛାତ୍ର

8/04/2021 at 11:00 AM

ରଘୁନାଥପୁର ୦୮/୦୪: ମୃତ୍ୟୁ ଏମିତି ବି ଆସିପାରେ। ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିଲା ଗାଡି ।  ଗାଡ଼ି ଲାଇଟ୍ ମୁହଁରେ ପଡ଼ିବାରୁ ଅଟକି ଗଲେ । କିନ୍ତୁ ପଛରୁ ଆସୁଥିବା ସିମେଣ୍ଟ୍‌ ବୋଝେଇ ଟ୍ରକ୍କ ଦେଲା ଧକ୍କା । ଚାଲିଗଲା ଜୀବନ ।

ତେବେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ପୁଲିସ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ମୃତକ ଜଣକ ରଘୁନାଥପୁର ଅଞ୍ଚଳର ସୁବ୍ରତ କୁମାର ନାୟକଙ୍କ ଏକମାତ୍ର ପୁତ୍ର ସୁବ୍ରହ୍ମମୟା ନନ୍ଦ ନାୟକ ଓରଫ ଲିପୁନୁ(୨୨) ବୋଲି ଜଣାପଡିଛି । ଲିପୁନ୍‌ ଜଣେ ମେଧାବୀ ପାର୍ମାସିଷ୍ଟ ଛାତ୍ର ଥିବାବେଳେ ଜଣେ ଭଲ କ୍ରିକେଟ ଖେଳାଳି ଭାବରେ ବେଶ୍‌ ପରିଚିତ ଥିଲେ।

ସୂଚନା ଅନୁସାରେ, ଲିପୁନ୍‌ ନିଜ ବାଇକ୍‌ରେ କଟକରୁ ନିଜ ଗ୍ରାମ କନ୍ଦରା ପାଟ୍ଟିକୁ ସଂଧ୍ୟା ସମୟରେ ଫେରୁଥିଲେ । କଟକ ଗତିରାଉତପାଟଣା ନିକଟରେ ବିପରୀତ ଦିଗରୁ ଆସୁଥିବା ଗାଡିର ଲାଇଟ୍‌ ମୁହଁରେ ପଡ଼ିବାରୁ ସେ ଅଟକି  ଯାଇଥିଲେ । କିନ୍ତୁ ଏକ ସିମେଣ୍ଟ୍‌ଣ୍ଟ ବୋଝେଇ ଟ୍ରକ ତାଙ୍କ ପଛପଟେ ପିଟି ହୋଇଯାଇଥିଲେ । ଘଟଣାସ୍ଥଳରେ ଲିପୁନ୍‌ ହୋଇଥିଲେ । ତାଙ୍କର ଛାତିରେ ଶକ୍ତ ଆଘାତ ଲାଗିଥିଲା ।

ସ୍ଥାନୀୟ ପୋଲିସ ଦୁର୍ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣା ଖବର ପାଇ ପରିବାର ଲୋକ ମେଡିକାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

   Related Posts