ଟ୍ରକ୍‌ରେ ପିଟିହେଲା ବାଇକ, ୨ ମୃତ

Published By : Prameya-News7 Bureau | September 11, 2021 IST

ଭଦ୍ରକ, ୧୧|୦୯: ଟ୍ରକ ସହ ବାଇକ ଧକ୍କା । ୨ ମୃତ, ଜଣେ ଗୁରୁତର । ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା କହରାପୋଖରୀ ଛକ ନିକଟରେ ଘଟିଛି ଦୁର୍ଘଟଣା ।

ଏକ ଟ୍ରକକୁ ବାଇକ୍ ପଛପଟୁ ଧକ୍କା ଦେଇଥିବା ଜଣାପଡିଛି । ଦୁର୍ଘଟଣାରେ ୩ ଜଣଙ୍କୁ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଭାବେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ମୃତାହତଙ୍କ ସ୍ପଷ୍ଠ ସୂଚନା ମିଳି ନଥିବା ବେଳେ ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ବୟଂବନାପୁର ଓ ଦକ୍ଷିଣବାଡ଼ ପଞ୍ଚାୟତର ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.