ଟ୍ରକ ଭିତରୁ ହେଲପରର ମୃତଦେହ ଉଦ୍ଧାର

Published By : Prameya-News7 Bureau | July 17, 2020 IST

କେନ୍ଦୁଝର୧୭/୭: ଟ୍ରକ ଭିତରୁ ହେଲପରର ମୃତଦେହ ଉଦ୍ଧାର।ମୄତକ ହେଲପର୍ ପାରାଦୀପ ବେଲ୍ଟ ଲାଇନ୍ ମୁଣ୍ଡାପଡା ବସ୍ତି ର ବାବୁଲି ସିଂ ବୋଲି ଜଣାପଡିଛି। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି।କେନ୍ଦୁଝର ଝୁମ୍ପୁରାରୁ ହେଲପରର ମୄତଦେହ ଆଣି ପାରାଦୀପରେ ପହଞ୍ଚିଥିଲା ଡ୍ରାଇଭର। ପାରାଦୀପ ଥାନାରେ ଟ୍ରକ ଡ୍ରାଇଭର ଅଟକ ରଖି ପଚରାଉଚାର ଜାରି କରୁଛି ପୋଲିସ୍। ଏହି ଘଟଣାରେ ପୋଲିସ୍‌ ଅଧିକ ତଦନ୍ତ ଚଳାଇଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଅଧିକ ତଦନ୍ତ କରୁଛି।

ସୂଚନା ମୁତାବକ OR04F8083 ନମ୍ବର ଏକ ଦଶ ଚକିଆ ଟ୍ରକରେ ବାବୁଲି ସିଂ ହେଲପର ଭାବେ କାମ କରି ଆସୁଥିବା ବେଳେ ଗତକିଛି ଦିନ ତଳେ ଆଇରନ ଆଣିବା ପାଇଁ କେନ୍ଦୁଝର ଯାଇଥିଲା ସେହି ଟ୍ରକର ଡ୍ରାଇଭର ଉପେନ୍ଦ୍ର ସିଂ ଗତକାଲି ରାତିରେ ଆଇରନ୍ ବୋଝେଇ ଟ୍ରକ କୁ ଆଣି ବେଲ୍ଟ ଲାଇନ୍ ନିକଟରେ ରଖିଥିଲା। ସେ କହିବା ମୁତାବକ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ନିକଟରେ କିଛି ଦୁର୍ବୁ୍ତ୍ତଙ୍କ ଆକ୍ରମଣ ରେ ବାବୁଲି ସିଂ ର ମୄତ୍ୟୁ ହୋଇଛି। ହେଲେ ବାବୁଲି ସିଂ ପରିବାର ପକ୍ଷରୁ ଏହା ଏକ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଏହି ସଂକ୍ରାନ୍ତରେ। ପାରାଦୀପ ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଡ୍ରାଇଭର କୁ ଅଟକ ରଖି ପଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.