ମାଙ୍କଡା ପଥର ଚୋରା ଚାଲାଣ ବେଳେ ଚଢାଉ, ଗୋଟିଏ ଟ୍ରକ୍ ଓ ୩ଟି ଟ୍ରାକ୍ଟର ଜବତ

Published By : Prameya-News7 Bureau | April 26, 2021 IST

ଭୁବନ ୨୬।୪: ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଦିନକୁ ଦିନ ବେଆଇନ ମାଙ୍କଡା ପଥର କାରବାର ବୃଦ୍ଧି ପାଉଛି । ଗଁନ୍ଦିଆଠାରୁ ଆରମ୍ଭ କରି ଭୁବନ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଥିବା ବେଳେ କିଛି ଅସାଧୁ ସରକାରୀ କର୍ମଚାରୀଙ୍କର ଏଥିରେ ସପୃକ୍ତି ଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ବର୍ତ୍ତମାନ ନାଇଟ୍ କର୍ଫ୍ୟୁର ସୁଯୋଗ ନେଇ ଏହି ଚୋରା କାରବାର ବେଶ ଆରାମରେ ଚାଲିଥିବା ବେଳେ ଭୁବନ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଚଢାଉ କରିଥିଲେ ।

{"id":444410,"width":838,"height":377,"sizeSlug":"large","linkDestination":"none"}

ରବିବାର ବିଳମ୍ବିତ ରାତିରେ ୪ଟି ପଥର ବୋଝେଇ ଗାଡି ଧରିବାରେ ସକ୍ଷମ ହୋଇଥିଲେ । ଭୁବନ ଥାନାରେ ଗୋଟିଏ ଟ୍ରକ୍ ଓ ତିନୋଟି ଟ୍ରାକ୍ଟର ସହ ୪ଜଣଙ୍କୁ ଅଟକ ରଖାଯାଇଛି । ଏହି ଗାଡିଗୁଡିକୁ ଭୁବନ ମହୁଲପାଳ ରାସ୍ତାରେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭୁବନ ପୋଲିସ  ଚଢାଉ କରିଥିଲା । ତେବେ ଏହି ପଥର କେଉଁଠାକୁ ପଠାଯାଉଛି ପୋଲିସ ଏହାର ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.