ଦୁର୍ଘଟଣାପରେ ରାସ୍ତାରେ ହୁତ୍‌ହୁତ୍‌ ହୋଇ ଜଳିଗଲା ଟ୍ରକ ଓ ବାଇକ୍‌- ଅଳ୍ପକେ ବର୍ତ୍ତିଲେ ଚାଳକ

Published By : Prameya-News7 Bureau | January 17, 2020 IST

ଯାଜପୁର ୧୭।୦୧ - ଯାଜପୁର ଜିଲା କୁଆଖିଆ ଛକ ନିକଟରେ ଏକ ସଡକ ଦୁର୍ଘଟଣା ପରେ ଗୋଟିଏ ଟ୍ରକ ଓ ବାଇକ୍‌ ଜଳିଯାଇଛି । ଟ୍ରକର ଆଗ ଚକାତଳେ ବାଇକ୍‌ଟି ଚାପି ହୋଇଯାଇ ଥିଲା । ରାସ୍ତାରେ ଘଷି ହେବାଯୋଗୁ ଏଥିରେ ନିଆଁ ଲାଗିଯାଇଥିଲା।

{"id":212511,"sizeSlug":"large"}

ପରେ ବାଇକ୍‌ଟି ହୁତ୍‌ହୁତ୍‌ ହୋଇ ଜଳି ଯାଇଥିଲା । ବାଇକ୍‌ରୁ ନିଆଁ ଉଠି ଟ୍ରକରେ ନିଆଁ ଲାଗି ଯାଇଥିଲା । ପରେ ଟ୍ରକ ଓ ବାଇକ୍‌ ରାସ୍ତା ଉପରେ ଜଳିଯାଇଥିଲେ ।

{"id":212512,"sizeSlug":"large"}

ରସୁଲପୁର ଅଗ୍ନିଶଣ ବିଭାଗ ପକ୍ଷରୁ ଘଠଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରାଯାଇଥିଲା ।ସୌଭାଗ୍ୟ ବଶତଃ ବାଇକ୍‌ ଚାଳକ ଓ ଟ୍ରକ ଡ୍ରାଇଭର୍‌ ଏଥିରୁ ବର୍ତ୍ତିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.