ଟ୍ରକ୍‌ ବାଇକ୍‌ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀ ମୃତ, ଜଣେ ଆହତ

Published By : Prameya-News7 Bureau | November 08, 2021 IST

ମାଲକାନଗିରି, ୦୮/୧୧: ମାଲକାନଗିରି ଜିଲ୍ଲାସ୍ଥିତ ଓରକେଲା ଥାନା ଏମ୍‌ଭି୩୬ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍‌ ଆରୋହୀ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟଜଣେ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ନାମ ସ୍ୱାମୀ- ଦୀପକ ଏବଂ ସ୍ତ୍ରୀ- ସିପ୍ରା ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଏମ୍‌ଭି ୩୬ ଗ୍ରାମରୁ ଦୀପକ ବିଶ୍ୱାସ (୫୦) ଓ ତାଙ୍କ ପତ୍ନୀ ସିପ୍ରା ବିଶ୍ୱସ (୪୫) ଓ ଅନ୍ୟ ଜଣେ ମହିଳା ମାଲକାନଗିରିରୁ ବାଲିମେଳା ଯାଉଥିବା ବେଳେ ଏକ ଟ୍ରକ୍‌ ସହ ତାଙ୍କ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇିଥିଲା ।  ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ଉଭୟ ଦୂରକୁ ଛିଟିକି ପଡ଼ିବାରୁ ତାଙ୍କର ମୁଣ୍ଡ ଏବଂ ଛାତିରେ ଆଘାତ ଲଗିଥିବା ବେଳେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଅନ୍ୟ ମହିଳା ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.