ଲକ୍‌ଡାଉନ୍‌ : ରାସ୍ତାରେ ଚାଲି ଚାଲି ଯାଉଥିବା ଲୋକଙ୍କ ଉପରେ ଚଢିଗଲା ଟ୍ରକ, ପାଞ୍ଚ ମୃତ

Published By : Prameya-News7 Bureau | March 30, 2020 IST

ଗୁରୁଗ୍ରାମ ୩୦।୦୩:  ସଡକ ଦୁର୍ଘଟଣାରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଆହତ ହୋଇଛନ୍ତି । ଗୁରୁଗ୍ରାମ ଅନ୍ତର୍ଗତ ବିଳାସପୁର ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି

wp:core-embed/twitter {"url":"https://twitter.com/AHindinews/status/1244251507500834821","type":"rich","providerNameSlug":"twitter","className":""}
https://twitter.com/AHindinews/status/1244251507500834821
/wp:core-embed/twitter

ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ଯୋଗୁଁ ଏହି ଲୋକମାନେ ପାଦରେ ଚାଲି ଚାଲି ନିଜ ଘରକୁ ଯାଉଥିଲେ। ୟୁପି, ବିହାର ଏବଂ ରାଜସ୍ଥାନର ବହୁ ସଂଖ୍ୟକ ଲୋକ କରୋନା ଭାଇରସର ଭୟ ହେତୁ ଗୁରୁଗ୍ରାମରୁ ପଳାଇଯାଉନ୍ତି। ଅଧିକାଂଶ ଲୋକ ସେମାନଙ୍କର ଲଗେଜ୍ ବାନ୍ଧି ସନ୍ଧ୍ୟାରେ ଚାଲିବା ଆରମ୍ଭ କରୁଛନ୍ତି ଏବଂ ରାତିସାରା ଚାଲି ଚାଲି ଘରକୁ ଯାଉଛନ୍ତି।ତେବେ ଏହି ସମୟରେ  ବିଳାସପୁର ଥାନା ଅଞ୍ଚଳରେ ଏକ ପରିବା ବୋଝେଇ ଟ୍ରକ ସେମାନଙ୍କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ କିଛି ଲୋକଙ୍କ ଉପରେ ଗାଡ଼ି ଚଢିଯାଇଥିଲା । ଏବଂ ଘଟଣାସ୍ଥଳରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ପୋଲିସ ସମସ୍ତ ମୃତଦେହକୁ ଶବ ବ୍ୟବେଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.