Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତପ୍ତପାଣି ଘାଟିରୁ ଖସିଲା ଟ୍ରକ: ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲପର୍

31/08/2020 at 8:19 PM

ସାନଖେମୁଣ୍ଡି୩୧/୮: ରାୟଗଡାରୁ କୋଲକତା ଅଭିମୁଖେ ଯାଉଥିବା ଏକ କପା ବୋଝେଇ ଟ୍ରକ ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଘାଟିରୁ ଏହି ଟ୍ରକଟି ୧୦ ମିଟର ତଳକୁ ଖସି ପଡିଥିଲା ।

ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାସ୍ତାରେ ବିଛେଇ ପଡି ରହିଛି କପା।

ଏହି ଘଟଣାରେ ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥାମିକ ତଦନ୍ତରୁ ଜଣାପଡିଛି।

   Related Posts