ସାଲେପୁର, ୨୬/୧୦: ଭାରସାମ୍ୟ ହରାଇ ଗୋଡି ବୋଝେଇ ହାଇୱା ଓଲଟି ପଡ଼ିଥିବା ଜଣାପଡ଼ିଛି । ହେଲେ ମୃତ୍ୟୁ ମୁଖରୁ ହାଇୱା ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସାଲେପୁର କୁଅଁପାଳ ରାସ୍ତାର କୁସମ୍ଭି ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଗୋଡି ବୋଝେଇ ହାଇୱାଟି ସାଲେପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ସମ୍ପୂର୍ଣ୍ଣ ଭାବେ ଓଲଟି ପଡିଥିଲା। ମୃତ୍ୟୁ ମୁଖରୁ ଅଳ୍ପକେ ହାଇୱା ଚାଳକ ବଞ୍ଚି ଯାଇଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକ ହାଇୱା ଚାଳକକୁ ଉଦ୍ଧାର କରିଥିଲେ। ଚାଳକ ଜଣକ ସୁରକ୍ଷିତ ଥିବା ସୂଚନା ମିଳିଛି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...