Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆଶାକର୍ମୀଙ୍କ ଉପରେ ଓଲଟି ପଡ଼ିଲା ମାଲ୍‌ ବୋଝେଇ ଟ୍ରକ, ଚାଲିଗଲା ଜୀବନ

30/10/2021 at 5:53 PM

ପଠାନ୍‌କୋଟ୍‌, ୩୦/୧୦: ପଠାନକୋଟ୍‌ ଏବଂ ଜାମ୍ମୁ ରାଜପଥ ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି । ସୁଜାନପୁର ପୁଲ୍‌ ନମ୍ୱର ୩ ପାଖରେ ଏକ ଟ୍ରକ୍‌ ତଳେ ଚାପି ହୋଇ ଜଣେ ଆଶାକର୍ମୀଙ୍କ ମୃତ୍ୟୁ ହୋଇଯାଇଛି । ବାଇକ୍‌ ଚଳାଉଥିବା ମୃତକଙ୍କ ଭଣଜା ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି । ମୃତକ କିରଣା କୁମାରୀ ନମ୍ୱା ସୃଜନପୁରର ବାସିନ୍ଦା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ନେଇ ପୋଲସ୍‌ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଥିଲା । ଆଶାକର୍ମୀ କିରଣା କୁମାରୀ ନିଜ ଭଣଜା ଗୋବିନ୍ଦଙ୍କ ସହିତ କୌଣସି କାମରେ ଦୀନାନଗର ଯାଉଥିଲେ । ସୃଜନପୁର ପୁଲ୍ ୩ ପାଖରେ ଜମ୍ମୁ ପଟରୁ ଆସୁଥିବା ଏକ ଟ୍ରକ ତଳେ ସେ ଯାଉଥିବା ବାଇକ୍‌ ଚାପି ହୋଇ ଯାଇଥିଲା । ଏଥିରେ ଗୋବିନ୍ଦ ଛିଟ୍‌କି ପଡ଼ି ଦୂରକୁ ଖସି ପଡ଼ିଥିବା ବେଳେ କିରଣା କୁମାରୀ ଚାପି ହୋଇଯାଇଥିଲେ ।

ସ୍ଥାନୀୟ ଲୋକ ଦୁର୍ଘଟଣା ପରେ ଟ୍ରକ୍‌ର ଡ୍ରାଇଭରକୁ ଧରି ପାକାଇ ପିଟି ଥିଲେ ଏବଂ ପରେ ପୋଲିସ୍‌କୁ ଖବର ଦେଇ ପୋଲିସ୍ ଜିମା ଦେଇଥିଲେ । ଗୋବିନ୍ଦଙ୍କ ବୟାନକୁ ଆଧାର କରି ସୃଜନପୁର ପୋଲିସ ଜାମ୍ମୁ କାଶ୍ମୀରର କୁଲଗାମର ଜିଲ୍ଲା ନୈନବଗ ଗାଁର ବାସିନ୍ଦା ଡ୍ରାଇଭର ଆଦିଲ ଅହମ୍ମଦ ବିରୋଧରେ ମାମଲା ରୁଜୁ କରିଛି ।

   Related Posts