ଆଖି ପଡିଯିବାରୁ ଘର ଭିତରେ ପଶିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଭାଇ-ଭଉଣୀ
14/07/2020 at 9:24 AM

ନୂଆପଡା ୧୪।୦୭: ଆଖି ପିଛୁଲାକେ କଣ ନାଇଁ କଣ ହୋଇପାରେ । ଏଠି ଡ୍ରାଇଭରର କିଛି ସମୟ ପାଇଁ ଆଖି ପଡିଗଲା । ଗୋଟେ ବଡଧରଣ ଦୁର୍ଘଟଣାରୁ ବର୍ତ୍ତିଗଲା ଦୁଇଟି ଜୀବନ । ନେହେଲେ ଆଖି ପିଛୁଲାକେ ଯେ କଣ ହୋଇଥାନ୍ତି । ତାହା କହିବା ଅସମ୍ଭବ। ନୂଆପଡା ଟାଉନ୍ ଥାନା ନିକଟର ଦେଖିବାକୁ ମିଳିଛି ଏପରି ଏକ ଘଟଣା ।

ସୂଚନାଯୋଗ୍ୟ ଯେ, ନୂଆପଡା ଟାଉନ୍ ଥାନା ନିକଟରେ ଘଟିଛି ଏକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘର ଉପରେ ଚଢାଯାଇଛି ମାଲବାହୀ ଟ୍ରକ । ଘର ଭିତରେ ଶୋଇଥିବା ଭାଇ-ଭଉଣୀଙ୍କ ଅଳ୍ପକେ ବର୍ତ୍ତାଯାଇଛନ୍ତି । ଯାହାଫଳରେ କି ଏକ ବଡ଼ ଅଘଟଣାରୁ ରକ୍ଷା ପାଇଗଲେ ବୋଲି ମନେ କରାଯାଉଛି ।

ତେବେ ଘର ପଛପଟେ ଥିବା କାର୍ଟି ଭାଙ୍ଗି ଚୁରମାର ହୋଇଯାଇଛି । ବିଳମ୍ବିତ ରାତିରେ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ରାତିରେ ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।