ଗଛରେ ପିଟିହେଲା କୋଇଲା ଭର୍ତ୍ତି ଟ୍ରକ୍ ; ହେଲ୍‌ପର ମୃତ, ଡ୍ରାଇଭର ଫେରାର

Published By : Prameya-News7 Bureau | December 15, 2018 IST

ନୟାଗଡ ୧୫|୧୨: ଗଛରେ ପିଟିହେଲା କୋଇଲା ଭର୍ତ୍ତି ଟ୍ରକ୍ । ନୟାଗଡ ଜିଲ୍ଲା ଓଡଗାଁ ଥାନା ରୋହିବାଙ୍କ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଟ୍ରକ୍ ହେଲପରର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ଟୁମୁସିଙ୍ଗା ଗାଁର ଚିପୁନ ଦେହୁରୀ। ତାଳଚେରରୁ କୋଇଲା ବୋଝେଇ ଟ୍ରକ୍ ଭଞ୍ଜନଗର ଯାଉଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିମୃତ ହେଲପରଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଟ୍ରକକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.