ଅଟକିଥିବା ଟ୍ରକ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | March 09, 2020 IST

କେନ୍ଦୁଝର୯/୩: ରାସ୍ତାରେ ଠିଆ ହୋଇଥିବା ଦୁଇଟି ଟ୍ରକ ପଛରେ ପିଟିଲା ଟ୍ରକ। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଦୀର୍ଘ ସମୟ ଧରି ରାସ୍ତା ଜାମ ହୋଇଯାଇଥିଲା। ଯାହାଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା।

{"id":235501,"sizeSlug":"large"}

କେନ୍ଦୁଝରର ଲାଇଫ ଲାଇନ କୁହାଯାଉଥିବା  ୨୦ ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଡେଥ ଲାଇନ।

{"id":235503,"sizeSlug":"large"}

କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଖିଡିକିଦ୍ବାର ସାହି ନିକଟରେ ଦୁଇଟି ଟ୍ରକ ଠିଆ କରି ଡ୍ରାଇଭର ଓ ହେଲପର ସୋଲା ଖାଉଥିଲେ। ଆଉ ଠିକ୍ ଏହି ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଗୋଟିଏ ଟ୍ରକ ପଛରୁ ଧକ୍କା ଦେଇଥିଲା। ଫଳରେ ମଝିରେ ଥିବା ଦୁଇ ଜଣ ଚାପି ହୋଇଯାଇଥିଲେ।

{"id":235502,"sizeSlug":"large"}

ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ମୃତ ଏବଂ ଆଉ ଜଣଙ୍କୁ ଗୁୁରୁତର ଅବସ୍ଥାରେ ଉଦ୍ଧାର କରିଛି। ଧକ୍କା ଏତେ ଜୋର ହୋଇଥିଲା ଯେ ଜଣେ ବ୍ୟକ୍ତିଙ୍କ ଶରୀର ଦୁଇଗଡ ହୋଇଯାଇଥିଲା ଓ ଅନ୍ୟ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.