Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସ୍କୁଲ୍ ଗେଟ୍‌କୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ : ସ୍କୁଲ ମୁଖ୍ୟ ଫାଟକ ଭାଙ୍ଗି ଚୁରମାର

6/12/2021 at 4:44 PM

ଢେଙ୍କାନାଳ ୬।୧୨: ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ସ୍କୁଲ ଭିତରେ ଦୁର୍ଘଟଣା । ଏକ ଚାଉଳ ବୋଝେଇ ଟ୍ରକ୍ ଢେଙ୍କାନାଳ ସହର ସ୍ଥିତ ବିବି ହାଇସ୍କୁଲ ମୁଖ୍ୟ ଫାଟକରେ ଧକ୍କା ଦେବାରୁ ଫାଟକ ଭାଙ୍ଗି ଚୁରମାର ହୋଇଯାଇଛି । ତେବେ ସୌଭାଗ୍ୟ ବଶତଃ ସ୍କୁଲ ପିଲାମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । କୌଣସି ପିଲାଙ୍କର କିଛି କ୍ଷୟକ୍ଷତି ହୋଇନାହିଁ । ଏହି ଟ୍ରକଟି ମଧ୍ୟାହ୍ନ ଭୋଜନ ଚାଉଳ ନେଇ ବିବି ହାଇସ୍କୁଲକୁ ଆସିଥିଲା ବୋଲି ଜଣାପଡିଛି ।

ତେବେ ଗାଡି ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଗାଡିଟି ସ୍କୁଲ ଗେଟକୁ ଧକ୍କା ଦେଇଥିବା ଜଣାପଡିଛି । ଡ୍ରାଇଭର ମଦ୍ୟପାନ କରିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଇଛି । ଏହାକୁ ନେଇ ସ୍କୁଲରେ କିଛି  ସମୟ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଟାଉନ ପୋଲିସ ପହଞ୍ଚି ଉକ୍ତ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

   Related Posts