ଚୈାଦ୍ବାରରେ ସ୍କୁଟିକୁ ଚାପିଲା ଟ୍ରକ୍ : ଯୁବତୀ ମୃତ

Published By : Prameya-News7 Bureau | November 21, 2018 IST

କଟକ ୨୧/୧୧: ଚୌଦ୍ୱାର ସହରର ଓଟିଏମ୍ ବଜାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ ସ୍କୁଟିରେ ବସିଥିବା ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଭୁବନେଶ୍ୱରର ଲଷ୍ମୀସାଗର ଅଂଚଳର ଲୋପାମୁଦ୍ରା ମହାନ୍ତି । ଲୋପାମୁଦ୍ରା ତାଙ୍କର ଜଣେ ବନ୍ଧୁଙ୍କ ସହ ଘରକୁ ଫେରିବା ବେଳେ ଏନଏଚ୍୫୫ର ଓଟିଏମ୍ ଛକ ନିକଟରେ ଏକ ଟ୍ରକ ତାଙ୍କୁ ସାଇଡ ମାରିଥିଲା । ଫଳରେ ଲୋପାମୁଦ୍ରା ଟ୍ରକ ଚକା ତଳେ ପଡିଯାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ପ୍ରାୟ ଏକ ଘଣ୍ଟା ଯାତାୟାତ ବନ୍ଦ ହୋଇଯାଇଥିଲା । ଚୌଦ୍ୱାର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବି ପଠାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.