ଟ୍ରକ-ବାଇକ୍‌ ଦୁର୍ଘଟଣା, ଘଟଣା ସ୍ଥଳରେ ଦେହରୁ ଅଲଗା ହୋଇ ପଡ଼ିରହିଛି ଯୁବକଙ୍କ ହାତ

Published By : Prameya-News7 Bureau | November 09, 2021 IST

ବ୍ରହ୍ମପୁର, ୦୯/୧୧: ବ୍ରହ୍ମପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବଡ଼ କୁଶସ୍ଥଳୀ ଠାରୁ ଗୁରୁଣ୍ଠି ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ବାଇକ୍‌ରେ ଯାଉଥିବା ସମୟରେ ଟ୍ରକ ତଳେ ଜଣେ ଯୁବକ ଚାପି ହୋଇଯାଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳେରେ ଯୁବକ ଜଣକଙ୍କର ହାତ ଗୋଟିଏ ଛିଡ଼ି ପଡ଼ିଥିବା ସୂଚନା ମିଳିଥିବା ବେଳେ ଯୁବକ ଜଣକ ଟ୍ରକର ସାଇଡ୍‌ର ପଡ଼ିରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.