Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଆଇଟିଆଇ ଛାତ୍ର ଉପରେ ଚଢିଗଲା ଟ୍ରକ, ଘଟଣାସ୍ଥଳରେ ଉତ୍ତେଜନା

7/12/2021 at 5:21 PM

ବାସୁଦେବପୁର, ୦୭/୧୨: ବାସୁଦେବପୁର କଲେଜ ଛକର ଅନତି ଦୂରରେ ଜଣେ ଆଇଟିଆଇ ବିଭାଗର ଛାତ୍ର ଉପରେ ଟ୍ରକ ଚଢ଼ିଯାଇଛି । ଫଳରେ ଛାତ୍ର ଜଣକର ମୃତ୍ୟୁ ହୋଇଛି। ମୃତ ଛାତ୍ର ବିନାୟକପୁର ଗ୍ରାମର ସୁକା ସାହୁଙ୍କ ପୁଅ ରିଙ୍କୁ କୁମାର ସାହୁ ବୋଲି ଜଣାପଡିଛି। ରିଙ୍କୁ ଆଜି ଏକ ବାଇକ୍ ଯୋଗେ ଆଇଟିଆଇ କଲେଜ୍‌କୁ ଆସୁଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି ।

ଟ୍ରକଟି ସାମ୍ନା ଦିଗରୁ ଆସି ରିଙ୍କୁଙ୍କ ବାଇକ୍କୁ ଧକ୍କା ଦେଇଥଲା। ଫଳରେ ରିଙ୍କୁ ତଳେ ପଡିଯିବା ସହିତ ଟ୍ରକର ପଛ ଚକ ରିଙ୍କୁର ମୁଣ୍ଡ ଉପରେ ଚଢିଯାଇଥଲା। ଘଟଣାସ୍ଥଳରେ ରିଙ୍କୁର ମୃତ୍ୟୁ ହୋଇଥିଲା । ଖବରପାଇ ବାସୁଦେବପୁର ଅଂଚଳବାସୀଙ୍କ ସମେତ ଆଇଟିଆଇ ଛାତ୍ର ଓ କଂଗ୍ରେସ, ବିଜେପି ଦଳର କର୍ମୀମାନେ ରାସ୍ତା ଅବରୋଧ କରି ଧାରଣାରେ ବସିଥବା ଦେଖିବାକୁ ମିଳିଛି। ଜାମୁଝାଡି ଧାମରା ରାସ୍ତା ସମ୍ପ୍ରସାରଣ ପାଇଁ ବିଳମ୍ବ ହେଉଥିବାରୁ ଏପରି ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ତେଣୁ ମୃତକଙ୍କ ପରିବାରକୁ କ୍ଷତି ପୁରଣ ସମେତ ତୁରନ୍ତ ରାସ୍ତା କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ଦାବି ହୋଇଛି । ଘଟଣାସ୍ଥଳକୁ ଉଚ୍ଚ ସ୍ତରୀୟ ଅଧତ୍କାରୀ ଆସିବା ପରେ ରାସ୍ତା ରୋକ ହଟିବ ବୋଲି ଜନସାଧାରଣ ଯିଦ୍ ଧରି ବସିଥିବା ଜଣାପଡ଼ିଛି । 

   Related Posts