ବ୍ରିଜ୍ ତଳକୁ ଖସି ପଡିଲା ହାଇଓ୍ୱା, ୨ ନିଖୋଜ

Published By : Prameya-News7 Bureau | September 08, 2020 IST

ଝାରସୁଗୁଡା, ୦୮|୦୯  :    ଝାରସୁଗୁଡା ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ପଡିଛି । ଫଳରେ ଏଥିରେ ଥିବା ୨ଜଣ ନିଖୋଜ ହୋଇଯାଇଛନ୍ତି ।

ସୂଚନାନୁସାରେ, ରଂଫେଲ୍ ବ୍ରିଜ ଦେଇ ଏକ ହାଇଓ୍ୱା ଆସୁଥିଲା । ହଠାତ୍ ହାଇଓ୍ୱାଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ଏଥିରେ ଥିବା ୩ ଜଣ ଇବ୍ ନଦୀରେ ନିଖୋଜ ହୋଇଯାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା । ଏହାସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ତେବେ ୩ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ୨ ଜଣ ନିଖୋଜ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.