Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଧକ୍କା ହୋଇ ୧୦ ଫୁଟ୍‌ ତଳକୁ ଖସିଗଲେ ଦୁଇ ଟ୍ରକ୍‌: ୨ ଡ୍ରାଇଭର‌ ଆହତ

17/10/2020 at 8:56 PM

ଅନୁଗୋଳ ୧୭/୧୦: ନଏଚ୍‌-୫୫ ବନ୍ଦା ଓଭରବ୍ରିଜ୍‌ରୁ ୧୦ ଫୁଟ ତଳକୁ ଖସି ପଡିଲା ଦୁଇ ଟ୍ରକ। ଗୁଡ଼ିଆକାଟେଣିରୁ ଅନୁଗୋଳ ଅଭିମୁଖେ ଯାଉଥିବା ଚିପ୍‌ସ ବୋଝେଇ ଟ୍ରକକୁ ପଛପଟୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାରୁ ଦୁଇ ଟ୍ରକ ବ୍ରିଜ ତଳକୁ ଖସି ପଡିଛି। ଚିପ୍‌ସ ବୋଝେଇ ଟ୍ରକଟି ନାଲକୋର ରେଳ ଧାରଣା ଉପରେ ପଡିଥିବା ଦେଖିବାକୁ ମିଳିଛି।

କିନ୍ତୁ ଅଳ୍ପକେ ରକ୍ଷା ପାଇଛନ୍ତି ଦୁଇ ଟ୍ରକର ଡ୍ରାଇଭର। ଘଟଣାସ୍ଥଳରୁ ଦୁଇ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକ ଗାଡିରୁ ବାହାର କରି ନିକଟସ୍ଥ ବନରପାଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥରେ ଡ୍ରାଇଭରମାନେ ବେପରୁଆ ହୋଇ ଗାଡି ଚଳାଉଥିବାରୁ ଅନେକ ଦୁର୍ଘଟଣା ଘଟୁଛି। ଯେପରି ଆଜି ଗୋଟିଏ ଟ୍ରକର ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବା ସ୍ବିକାର ମଧ୍ୟ କରିଛି। ତେବେ ଏମାନଙ୍କୁ ସାବାଡ଼ କରିବ କିଏ ? ଏହି ସମୟରେ ସାଧାରଣ ଯାତ୍ରୀ ରାସ୍ତାରେ ଯା ଆସ କରିବା କଷ୍ଟ ହୋଇପଡ଼ୁଛି । ତେବେ ବନରପାଳ ପୋଲିସ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ ଚଳାଇଛି।

   Related Posts