ଟ୍ରକ୍ ସହ ମୁହାଁ ମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ, ଦୃର୍ଘଟଣାପରେ ରାସ୍ତା ଉପରେ ଜଳିଗଲା ବାଇକ୍

Published By : Prameya-News7 Bureau | April 30, 2021 IST

ଆନନ୍ଦପୁର, ୩୦/୦୪: ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ତାଳ ଗାଁ ଛକ ନିକଟରେ ଟ୍ରକ୍ ସହ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମୃତ ବାଇକ୍ ଆରୋହୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଟ୍ରକ୍ ସହ ବାଡେଇ ହବା ପରେ ବାଇକରେ ନିଆଁଲାଗି ରାସ୍ତା ଉପରେ ବାଇକ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା ।  ଫଳରେ ଦିର୍ଘ ସମୟ ଧରି ସେହି ରାସ୍ତାରେ ଗାଡି ଗୁଡିକ ଅଟକି ରହିଥିଲା ।

ଖବରପାଇ ଘସିପୁରା ଅଗ୍ନିଶ୍ରମ ବିଭାଗ ଓ ପୋଲିସ୍‌ ପହଁଞ୍ଚିଥିଲା । ହେଲେ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଘସିପୁରା ପୋଲିସ୍ ମୃତଦେହ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି । ତେବେ ବାଇକ୍ ଆରୋହୀ ରଙ୍ଗ୍‌ ରୁଟ୍‌ରେ ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.