ତିର୍ତ୍ତୋଲ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ପ୍ରାର୍ଥୀପତ୍ର ଦାଖଲ କଲେ : ମା' ଶାରଳାଙ୍କ ଆଶୀର୍ବାଦ ନେଲେ, ସାଙ୍ଗରେ ଥିଲେ ସାଂସଦ ଓ ବିଧାୟକ

Published By : Prameya-News7 Bureau | October 16, 2020 IST

ବାଲେଶ୍ବର, ୧୬|୧୦:   ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଶେଷ ହୋଇଛି ନାମାଙ୍କନ । ଶେଷ ଦିନରେ ତିର୍ତ୍ତୋଲରୁ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଦଳୀୟ ନେତା ଏବଂ ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ୍ ଏବଂ ୧୯ରେ ପ୍ରତ୍ୟାହାର ତାରିଖ ରହିଛି । ସେପେଟ ତିନି ପ୍ରମୁଖ ଦଳ ବିଜେଡି, ବିଜେପି  ଏବଂ କଂଗ୍ରେସ ଆଜି ପ୍ରଚାର ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛନ୍ତି ।

{"id":345642,"sizeSlug":"large"}

ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଶେଷ ହେଲା ନାମାଙ୍କନ । ଶେଷ ଦିନରେ ମା’ ଶାରଳାଙ୍କ ଆଶିଷ ନେଇ ତିର୍ତ୍ତୋଲ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସାଂସଦ ରାଜଶ୍ରୀ ମଲ୍ଲିକ, ମୁନା ଖାଁ ଏବଂ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ନାମାଙ୍କନ ବେଳେ ଉପସ୍ଥିତ ଥିଲେ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଭୋଟରଙ୍କୁ ମନାଇବାକୁ ଏଠି ଚଳାଇଛନ୍ତି କସରତ ।   

{"id":345643,"sizeSlug":"large"}

ବାଲେଶ୍ବର ସଦରରେ ସବୁ ଦଳର ପ୍ରାର୍ଥୀ ନାମାଙ୍କନ ଭରି ସାରିଥିବା ବେଳେ ଏବେ, ପ୍ରସଙ୍ଗ ଆଉ ପ୍ରତିଶ୍ରୁତର ଲଢେଇ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଦଳ ଡିଆଁ ଆଉ ମିଶ୍ରଣ ପର୍ବ ବି ଜାରି ରହିଛି । ବିଜେପି ଏବଂ କଂଗ୍ରେସର କିଛି ଛାମୁଆ କର୍ମୀ ଦଳ ଛାଡି ବିଜେଡିକୁ ଡେଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ହୋଇଥିଲା ମିଶ୍ରଣ ପର୍ବ । ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ନେତୃତ୍ବରେ ବିଜେପି ପ୍ରଚାର ଅଭିଯାନକୁ ଜୋରଦାର କରିଛି । ପ୍ରଚାରରେ କଂଗ୍ରେସ ବି ପଛରେ ପଡିନି ।

{"id":345644,"sizeSlug":"large"}

ଏତିକି ବେଳେ ପ୍ରଚାର ପାଇଁ ନିଜ ନିଜର ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛନ୍ତି ପ୍ରମୁଖ ଦଳଗୁଡ଼ିକ । ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅଛନ୍ତି ୧୧ ମନ୍ତ୍ରୀ ।  ଏ ତାଲିକା ହେଉଛି ବିଜେପିର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାଲିକାରେ ଅଛନ୍ତି । କେନ୍ଦ୍ରୀୟ ନେତା ଭାବେ ସୌଦାନ ସିଂହ ଏବଂ ଅରୁଣ ସିଂହ ପ୍ରଚାର ପାଇଁ ଆସିବେ । କଂଗ୍ରେସ ଷ୍ଟାର ତାଲିକାରେ ଦଳର ପ୍ରଭାରୀ ଚେଲ୍ଲାକୁମାରଙ୍କୁ ସ୍ଥାନ ଦେଇଛି । ଏହାଛଡା ବହୁ ବରିଷ୍ଠ ନେତା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଯିବେ । ନଭେମ୍ବର ୩ ତାରିଖରେ ଏହି ଦୁଇଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ୧୦ ରେ ହେବ ଭୋଟ ଗଣତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.