Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବିଧାୟକ ପଦରୁ ଇସ୍ତଫା ଦେଲେ TRSର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର, ୧୪ରେ ବିଜେପିରେ ହେବେ ସାମିଲ !

12/06/2021 at 3:38 PM

ହାଇଦ୍ରାବାଦ ୧୨/ ୦୬ : ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଟ ନେତା ତଥା ତେଲେଙ୍ଗାନାର ପୁର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଇଂ. ରାଜେନ୍ଦ୍ର ଶନିବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବରୁ ସେ ଦଳର ସଦସ୍ୟତା ପଦରୁ ମଧ୍ୟ ଉସ୍ତଫା ଦେଇଥିଲେ । ହୁଜୁରାବାଦ ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ରାଜେନ୍ଦ୍ରଙ୍କର ତେଲେଙ୍ଗାନା ରାଜନୀତିରେ ବେଶ ଦବଦବା ରହିଛି । ଏପରିକି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କର ସେ ଏକଦା ଖାସ ମଧ୍ୟ ଥିଲେ ।


ବିଧାୟକ ପଦରୁ ଇସ୍ତଫା ଦେବା ପରେ ରାଜେନ୍ଦ୍ର କହିଛନ୍ତି ଯେ, ମୁଁ ସିଧାସଳଖ ଭାବେ ଦଳର ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ଦେବାକୁ ଚାହୁଁଥିଲି । କିନ୍ତୁ ତାଙ୍କୁ ଭେଟ କରିପାରିନଥିଲି । ଏପରି ପରିସ୍ଥିତିରେ ବିଧାନସଭା ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେଇଛି । ଇସ୍ତଫା ଦେବା ପୂର୍ବରୁ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଇସ୍ତଫା ଦେବା ପୂର୍ବରୁ ବହୁ ସମର୍ଥକ ଦଳରୁ ଇସ୍ତଫା ଦେଇଦେବା ପାଇଁ କହିଥିଲେ । ତେଲେଙ୍ଗାନାର ଜନସାଧାରଣ ଏବଂ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଇଥିବା କଥା କହିଛନ୍ତି ।

ଟିଆରଏସରୁ ଇସ୍ତଫା ଦେବା ପରେ ଏବେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ଜୁନ ୧୪ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ରାଜେନ୍ଦ୍ର ବିଜେପିରେ ସାମିଲ ହୋଇପାରନ୍ତି । ଏ ନେଇ ବିଶ୍ବସ୍ଥ ସୂତ୍ରରୁ ଖବର ମଳିଛି । କିଛି ଦିନ ପୂର୍ବରୁ ସେ ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ । ସେତେବେଳେ ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ରାଜେନ୍ଦ୍ରଙ୍କ ବ୍ୟତିତ ଟିଆରଏସର ଆଉ କିଛି ନେତା ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି ।


ରାଜ୍ୟରେ ବ୍ୟାପକ ଜମି ହଡପ ଅଭିଯୋଗରେ ଗତ ମାସରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା । ରାଜେନ୍ଦ୍ରଙ୍କ ପରିବାର ଲୋକଙ୍କ ମାଲିକାନାରେ ବିପୁଳ ପରିମାଣର ଜମି ହଡପ ନେଇ ଖୁଲାସା ହୋଇଥିଲା । ଏହା ପରେ ତାଙ୍କ ବିରୁଦ୍ଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଆଜି ଇଂ. ରାଜେନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ଜୁନ ୧୪ ତାରିଖରେ ସେ ବିଜେପିରେ ସାମିଲ ହୋଇପାରନ୍ତି ।

   Related Posts