Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଟିଆରପି ଜାଲିଆତି : ମିଛ ଡାଟା ଦେଇ ଟିଆରପି ବଢାଉଥିଲେ ଏକ ପ୍ରମୁଖ ଟିଭି ସହ ୨ ମରାଠି ଚ୍ୟାନେଲ୍, ୨ ମାଲିକ ଗିରଫ

8/10/2020 at 4:52 PM

ମୁମ୍ବାଇ, ୦୮।୧୦:    ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟରେ କରାଯାଉଛି ଗଡବଡ । ଟଙ୍କା ଦେଲେ ବଢିଯାଉଛି ଚ୍ୟାନେଲର ଟିଆରପି । ଏପରି ଏକ ରାକେଟର ପର୍ଦ୍ଦାଫାସ କରିଛି ମୁମ୍ବାଇ ପୋଲିସ । ଧରାପଡିଛନ୍ତି ଏବେ ଏବେ ବେଶ୍ ନା କମାଇଥିବା ଏକ ଇଂରାଜୀ-ହିନ୍ଦୀ ଚ୍ୟାନେଲ୍ । ଏହାସହ ଦୁଇଟି ମରାଠି ଚ୍ୟାନେଲ୍ ମଧ୍ୟ ଟିଆରପି ଟ୍ୟାମ୍ପରିଂ କରିଥିବା ମୁମ୍ବାଇ ପୋଲିସ ଧରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୋଲିସ ପକ୍ଷରୁ ଏହି ତଥ୍ୟ ରଖାଯିବା ପରେ ଏହା ଆଲୋଡନ ସୃଷ୍ଟି କରିଛି ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଗୁରୁବାର କହିଛି ଯେ, ଏହି ଅଭିନେତାଙ୍କ ନାଁରେ ପ୍ରୋପାଗଣ୍ଡା ଚଲାଯାଉଛି । ଫଲ୍ସ ଟିଆରପି ରାକେଟ ମଧ୍ୟ ଚାଲିଛି । ଟଙ୍କା ଦେଇ ଫେକ୍ ଡାଟା ସହ ଟିଆରପି ବୃଦ୍ଧି କରାଯାଉଥିଲା । ଅନେକ ପ୍ରକାର ଏଜେଣ୍ଡା ମଧ୍ୟ ଚଲାଯାଉଥିଲା । ଏହି ରାକେଟର ଫର୍ଦ୍ଦାଫାସ କରିବା ସହ ୨ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

ମୁମ୍ବାଇ ପୋଲିସ ଆହୁରି ମଧ୍ୟ କହିଛି ଯେ, ଏପରି ସୂଚନା ମିଳିଥିଲା ଯେଉଁଥିରେ ପୋଲିସ ବିରୋଧରେ ମିଛ ପ୍ରୋପାଗଣ୍ଡା ହେଉଥିଲା । ଫଲ୍ସ ଟିଆରପିକୁ ନେଇ କ୍ରାଇମ ବ୍ରାଞ୍ଚ୍ ଏକ ନୂଆ ରାକେଟକୁ ଧରିଛି । ଏକ ପ୍ରମୁଖ ଇଂରାଜୀ-ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ସମେତ ତିନୋଟି ଚ୍ୟାନେଲର ଯାଞ୍ଚ ଚାଲିଛି । ଏହି ତିନୋଟି ଚ୍ୟାନେଲ ଚିଆରପିରେ ଟାମ୍ପରିଂ କରୁଥିବା ସୂଚନା ମିଳିଛି । ତେବେ ଏହି ଟିଭି ଚ୍ୟାନେଲକୁ ପୋଲିସ ସମନ କରିଛି ।

ଏହି ରାକେଟରେ ଆଉ ୨ ମରାଠି ଟିଭି ଚ୍ୟାନେଲ୍ ସାମିଲ ଥିବା ମୁମ୍ବାଇ ପୋଲିସ କହିଛି । ଏହି ସମସ୍ତ ଚ୍ୟାନେଲ ଟଙ୍କା ଦେଇ ଟିଆରପିରେ ଟ୍ୟାମ୍ପରିଂ କରୁଥିଲେ । ସୂଚନାଯୋଗ୍ୟ, ବିଏଏଆରସି ‘ହଂସା’ ନାମକ ଏକ କମ୍ପାନୀକୁ ଟିଆରପି ନେଇ କଣ୍ଟ୍ରାକ୍ଟ ଦେଇଥିଲା । ତେବେ ଏହି ସଂସ୍ଥାର କିଛି କର୍ମଚାରୀ ଟିଆରପି ଟ୍ୟାମ୍ପରିଂରେ ସାମିଲ ଥିବା ପୋଲିସ କହିଛି । ‘ହଂସା’ର ମଧ୍ୟ ଜଣେ କର୍ମଚାରୀ ଗିରଫ ହୋଇଥିବା ସୂଚନା ମିଳିଛି ।

   Related Posts