Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଟିଆରପି ସ୍କାମ: ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ ମୁମ୍ବାଇ ପୋଲିସ୍‌ର ଚାର୍ଜସିଟ୍ ଦାଖଲ

22/06/2021 at 7:44 PM

ମୁମ୍ବାଇ ୨୨।୦୬:  ମୁମ୍ବାଇ ପୋଲିସ  ଟିଆରପି ସ୍କାମ ମାମଲାରେ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ଵାମୀଙ୍କ ନାମ ରହିଛି। ମଙ୍ଗଳବାର ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ ପକ୍ଷରୁ ଦ୍ଵିତୀୟ ଚାର୍ଜସିଟ୍ ଦାଖଲ କରାଯାଇଛି। ରିପବ୍ଲିକ ଟିଭିର ଏଡିଟର ଇନ ଚିଫ୍ ଅର୍ଣ୍ଣବ ଗୋସ୍ଵାମୀଙ୍କ ଓକିଲ କହିଛନ୍ତି, ଅନେକ ଲୋକଙ୍କ ସମେତ ପୋଲିସର ଚାର୍ଜସିଟ୍‌ରେ ଅର୍ଣ୍ଣବ ଗୋସ୍ଵାମୀଙ୍କ ନାମ ରହିଛି।

ମିଥ୍ୟା ଟିଆରପି ମାମଲା ଗତ ବର୍ଷ ଅକ୍ଟୋବରରେ ସାମ୍ନାକୁ ଆସିଥିଲା। ରେଟିଂ ଏଜେନ୍ସି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍(BARC) ହଂସା ରିସର୍ଚ୍ଚ ଗ୍ରୁପ୍ ଜରିଆରେ ଅଭିଯୋଗ କରିଥିଲେ। ନିଜ ଅଭିଯୋଗରେ ବାର୍କ ରିପବ୍ଲିକ୍ ସମେତ କିଛି ଚ୍ୟାନେଲ ଟିଆରପିଏରେ ହେରଫେର କରୁଥିବା କହିଥିଲା। ଲାଇଭ୍ ଲର ରିପୋର୍ଟ ଅନୁଯାୟୀ, ଅର୍ଣ୍ଣବ ଗୋସ୍ଵାମୀଙ୍କ ସମେତ ୪ ଜଣଙ୍କ ବିରୋଧରେ ୧୮୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏହା ପୂର୍ବରୁ ଆଉ ଗୋଟିଏ ଚାର୍ଜସିଟ୍ ଦାଖଲ  ହୋଇ ସାରିଛି। ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ରିପବ୍ଲିକ ଟିଭିର ଟିଆରପି ସ୍କାମରେ ସାମିଲ୍ ଥିବା କହିଥିଲେ।

ପରମବୀର ସିଂହ ୨୦୨୦ ଅକ୍ଟୋବର ୮ରେ ଟିଆରପି ସ୍କାମରେ ରିପବ୍ଲିକ ଟିଭି, ବକ୍ସ ସିନେମା ଓ ଫକ୍ତ ମରାଠି ସାମିଲ୍ ଥିବା କହିଥିଲେ। ପୋଲିସ ଅଭିଯୋଗ କରିଥିଲା ଯେ, ରିପବ୍ଲିକ ଟିଭି ସମେତ ଏହି ସବୁ ଚ୍ୟାନେଲ ବାର୍କର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କୁ ଲାଞ୍ଚ ଦେଇ ଟିଆରପିରେ ହେରଫେର କରି ନମ୍ବର ବଢାଇଥିଲେ। ମୁମ୍ବାଇ ପୋଲିସ ଏହି ଘଟଣାରେ ୧୩ ଜଣଙ୍କୁ ଗିରଫ କରିଥିଲା

   Related Posts