Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

TRP ସ୍କାମ୍ ମାମଲା : BARCର ପୂର୍ବତନ ମୁଖ୍ୟ ପରିଚାଳନା ଅଧିକାରୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

17/12/2020 at 7:28 PM

ମୁମ୍ବାଇ ୧୭/୧୨ : ବହୁ ଚର୍ଚ୍ଚିତ TRP ସ୍କାମ୍ ମାମଲାରେ ବ୍ରଡକାଷ୍ଟ୍ ଅଡିଆନ୍ସ୍ ରିସର୍ଚ୍ଚ କାଉନସିଲର ପୂର୍ବତନ ମୁଖ୍ୟ ପରିଚାଳନା ଅଧିକାରୀ ରୋମିଲ ରାମଗରିହାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ରିପବ୍ଲିକ୍ ଟିଭି ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରିବା ପରେ ସେ ଦେଇଥିବା ତଥ୍ୟ ଆଧାରରେ ମୁମ୍ବାଇ ପୋଲିସ ରୋମିଲ ରାମଗରିହାଙ୍କୁ ଗିରଫ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ତେବେ BARC ସହିତ ଜଡିତ ପ୍ରଥମ ବ୍ୟକ୍ତି ଭାବେ ରୋମିଲ ରାମଗରିହାଙ୍କୁ ଗିରଫ କରାଯାଇଛି । ପ୍ରାୟ ୬ ବର୍ଷ କାମ କରିବା ପରେ ଗତ ଜୁଲାଇ ୨୦୨୦ରେ ରୋମିଲ BARC ଛାଡିଥିଲେ । ସେ ଛାଡିବା ବେଳେ କହିଥିଲେ ‘କିଛି ନଜାଣିକି ମଧ୍ୟ ବିଶ୍ବର ସବୁଠାରୁ ବଡ ଟେଲିଭିଜନ ମେଜରମେଣ୍ଟ୍ ତିଆାରି କରିଛି । ଆରମ୍ଭରୁ ଗୋଟିଏରୁ ଆରମ୍ଭ କରି ୪ ଶହରୁ ଉର୍ଦ୍ଧ୍ବ ସଂସ୍ଥାକୁ ଏଥିରେ ସାମିଲ କରାଯାଇଥିଲା ’।

ମୁମ୍ବାଇ ପୋଲିସ କହିଛି ଯେ, ୩ ଟି ଚାନେଲ ଦ୍ବାରା TRP ରେଟିଂ ଅନିୟମିତତା କରାଯାଉଥିଲା । ସେମାନଙ୍କ ମଧ୍ୟରେ ଦୁଇଟି ଆଞ୍ଚଳିକ ଚାନେଲ ସହିତ ରିପବ୍ଲିକ୍ ଟିଭି ସଂପୃକ୍ତ ଥିଲା । ତେବେ ଟେଲିଭିଜନ ଦର୍ଶକ ଏବଂ ସଂଯୋଗୀକରଣ ନିମନ୍ତେ ବାରୋମିଟର ସ୍ଥାପନ ଏବଂ ପରିଚାଳନା ପାଇଁ BARC ହାନସାକୁ ନିୟୋଜିତ କରିଥିଲା । ତେବେ ତଦନ୍ତ ବେଳେ ଜାଣିବାକୁ ମିଳିଥିଲା ଯେ, ସଂପୃକ୍ତ ସଂସ୍ଥାମାନେ କିଛି ଲୋକଙ୍କୁ ଲାଞ୍ଚ ଦେଇ ଚାନେଲ ଦେଖିବା ପାଇଁ କହୁଥିଲେ । ନଭେମ୍ବର ୨୦୨୦ରେ ED ଏହାର ତଦନ୍ତ ଭାର ହାତକୁ ନେଇଥିଲା ।

   Related Posts