Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ପୋଲିସ୍ ହେପାଜତରେ ଅର୍ଣ୍ଣବ ଗୋସ୍ବାମୀ : ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗ

4/11/2020 at 9:58 AM

ମୁମ୍ବାଇ ୪/୧୧: ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ମାମଲାରେ ମୁମ୍ବାଇ ପୋଲିସ୍ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରାଯାଇଛି। ପୋଲିସ୍ ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଉଠାଇ ନେଇଛି। ଗୋସ୍ବାମୀ ପୋଲିସ୍ ବିରୋଧରେ ନିଜ ସହ ମାଡ଼ପିଟ କରିବା ଅଭିଯୋଗ କରିଛନ୍ତି। ରିପବ୍ଲିକ ଟିଭି ଅର୍ଣ୍ଣବଙ୍କ ଘରେ ଲାଇଭ ଫୁଟେଜ ମଧ୍ୟ ଦେଖାଇଥିଲା ଯେଉଁଥିରେ ପୋଲିସ୍ ଏବଂ ଅର୍ଣ୍ଣଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବା ଦେଖାଇଛି।

ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ୨ଜଣ ଲୋକେ ୫୩ବର୍ଷ ବୟସ୍କ ଜଣେ ଇଣ୍ଟେରିୟର ଡିଜାଇନରଙ୍କୁ ବକାୟା ରାଶି ଦେଇନଥିଲେ। ଇଣ୍ଟେରିୟର ଡିଜାଇନର ଅନ୍ବୟ ନାଇକଙ୍କ ଝିଅ ଆଜ୍ଞା ନାଇକ୍ ଦାବି କରିଥିଲେ ରାୟଗଡ଼ ଜିଲ୍ଲାରେ ଅଲିବାଗ ପୋଲିସ୍ ବକାୟା ରାଶି ନ ଦିଆଯିବା ମାମଲାର ତଦନ୍ତ କରିନଥିଲା। ଏଥିପାଇଁ ଅନ୍ବୟ ଏବଂ ତାଙ୍କ ମାଆଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥିଲା। ଅନ୍ବୟ ନାଇକ ସୁଇସାଇଡ ନୋଟରେ ଲେଖିଥିଲେ ଯେ ଅଭିଯୁକ୍ତମାନେ ତାଙ୍କ ୫.୪୦କୋଟି ଟଙ୍କା ଦେଇ ନଥିଲେ ଏଥିପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଲା। ରିପବ୍ଲିକ୍ ଟିଭି ଅଭିଯୋଗକୁ ଖାରଜ କରି ଦେଇଥିଲା। ଏହି ମାମଲାରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଅଟକ ରଖାଯାଇଛି।

ଅର୍ଣ୍ଣବ ଗୋସ୍ବାମୀ ମୁମ୍ବାଇ ପୋଲିସ୍ ଉପରେ ସଙ୍ଗୀନ ଅଭିଯୋଗ ଲଗାଇ କହିଛନ୍ତି ଯେ ପୋଲିସ୍ ଶାଶୁ-ଶ୍ବଶୁର,ପୁଅ ଏବଂ ପତ୍ନୀଙ୍କ ସହ ମାଡ଼ପିଟ କରିଥିଲା। ଅର୍ଣ୍ଣବ ଗୋସ୍ବାମୀ ମୁମ୍ବାଇ ପୋଲିସ୍ ବି​ରୋଧରେ ଗୁଣ୍ଡାଗର୍ଦ୍ଦିର ଅଭିଯୋଗ କରି କହିଛନ୍ତି ଯେ ତାଙ୍କୁ ପରିବାର ସହ କଥା ହେବାକୁ ରୋକାଯାଇଥିଲା। ମୁମ୍ବାଇ ପୋଲିସ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ନିଜ ଭ୍ୟାନରେ ନେଇ ଯାଇଥିଲା।

   Related Posts