ପ୍ରେମିକାଙ୍କୁ ରାତି ସାରା ଭିଡିଓ କଲ କରି ହଇରାଣ କଲେ ପ୍ରେମିକ, ପୁଣି ଦେଖାଇଲେ ତାଙ୍କ ଆତ୍ମହତ୍ୟାର ଲାଇଭ୍ ଭିଡିଓ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

Published By : Prameya-News7 Bureau | September 10, 2019 IST

ସହରସା୧୦|୯:ବିହାରର ସହରସା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକା ସହ କଥା ହେବା ପାଇଁ ରାତି ସାରା ଭିଡିଓ କଲ କରିଥିଲେ ପ୍ରେମିକ। ହେଲେ ପ୍ରେମିକା ତାଙ୍କ ସହ କଥା  ହୋଇନ ଥିଲେ । ପ୍ରେମିକ ରାଗି ଯାଇ ପ୍ରେମିକାଙ୍କ ପାଖକୁ ଲାଇଭ ଭିଡିଓ କଲକରି ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପ୍ରେମିକାଙ୍କ ସହ କଥା ହେବା ପାଇଁ ରାତି ସାରା ପ୍ରେମିକ ତାଙ୍କ ପାଖକୁ ଭିଡିଓ କଲ କରିଥିଲେ। ହେଲେ ତାଙ୍କ ପ୍ରେମିକା କଥା ନହେବାରୁ ରାଗିଯାଇ ପ୍ରେମିକ ନବନୀତ ଆତ୍ମହତ୍ୟା କରିଥିଲେ।ନବନୀତ ତାଙ୍କ ମାଉସୀ ଝିଅ ଭଉଣୀଙ୍କୁ ଭଲ ପାଉଥିଲେ ବୋଲି ପରିବାର ଲୋକ କହିଛନ୍ତି। ଝାଡ଼ଖଣ୍ଡର ଧନବାଦରେ ପରିବାର ସହ ନବନୀତଙ୍କ ପ୍ରେମିକା ରହନ୍ତି।

ସୂଚନାଯୋଗ୍ୟ ଯେ, ଉଭୟଙ୍କ ମଧ୍ୟରେ ପାଖାପାଖି ଚାରି ବର୍ଷ ହେବ ପ୍ରେମ ସଂପର୍କ ଥିଲା। ନବନୀତଙ୍କ ଭଲ ପାଇବାକୁ ମଧ୍ୟ ଘରେ ସ୍ବୀକାର କରିବା ସହ ସେମାନଙ୍କ ବାହାଘର ହେବ ବୋଲି ଉଭୟ ପରିବାର ଲୋକ ନିଷ୍ପତ୍ତି କରିଥିଲେ।ପ୍ରତ୍ୟେକ ଦିନ ରାତିରେ ଦୁଇଜଣ ଭିଡିଓ କଲ ମାଧ୍ୟମରେ  କଥାବାର୍ତ୍ତା ହୁଅନ୍ତି।

ଗତ ଶନିବାର ଦିନ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଉଭୟ ଭିଡିଓ କଲରେ କଥାବାର୍ତ୍ତା ହୋଇଥିଲେ। ନବନୀତ ପୂର୍ବରୁ ବହୁ ଥର ଫିଲ୍ମ ଯିବା ପାଇଁ ତାଙ୍କୁ କହିଥିଲେ। ସେହି ରାତିରେ ମଧ୍ୟ ପ୍ରେମିକ ନବନୀତ ଫିଲ୍ମ ଯିବା କଥା ତାଙ୍କ ପ୍ରେମିକାଙ୍କୁ କହିଥିଲେ।ଫିଲ୍ମ ଯିବା କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।  ଉଭୟ କଥାବାର୍ତ୍ତା ହେଉଥିବା ସମୟରେ ପ୍ରେମିକାଙ୍କୁ ନିଦ ଆସିଥିଲା।ସେ କାଲି କଥା ହେବେ ବୋଲି ନବନୀତଙ୍କୁ କହି୍‌ଥିଲେ।କିନ୍ତୁ ନବନୀତ ମାନିବାକୁ ନାରାଜ ସେ କଥା ହେବା ପାଇଁ ଜିଦ୍‌ କରିଥିଲେ।

ପ୍ରେମିକା ବହୁଥର ଭିଡିଓ କଲ କାଟି ଦେଇଥିଲେ। ହେଲେ ନବନୀତ ବାରମ୍ବାର ଭିଡିଓ କଲ କରି ଚାଲିଥିଲେ।ପୁଣି ନବନୀତ ଭିଡିଓ କଲ ତାଙ୍କ ପ୍ରେମିକାଙ୍କୁ କରିଥିଲେ।ହେଲେ ପ୍ରେମିକା ଭିଡିଓ କଲ ରିସିଭ୍‌ କରି କହିଥିଲେ ଯେ,ସେ କାଲି କଥା ହେବେ ଆଜି ଆଉ ସେ କଥା ହେଇପାରିବେ ନାହିଁ।ଏହା କହି ସେ ଭିଡିଓ କଲ କାଟି  ଦେଇଥିଲେ। ପ୍ରେମିକ ନବନୀତ ଯେତେଥର ଭିଡିଓ କଲ କରୁଥାନ୍ତି ସେତେଥର  ତାଙ୍କ ପ୍ରେମିକା କାଟି ଦେଉଥାନ୍ତି।

ଶେଷରେ ନବନୀତ ତାଙ୍କ ପ୍ରେମିକାଙ୍କୁ ଆତ୍ମହତ୍ୟାର ଭୟ ଦେଖାଇ ଥିଲେ। ସେ କହିଥିଲେ, ଯଦି ତାଙ୍କ ସହ ଭିଡିଓ କଲରେ କଥା ନହୁଅନ୍ତି ତେବେ ସେ  ଆତ୍ମହତ୍ୟା କରିଦେ​‌ବେ। ପ୍ରେମିକଙ୍କ ଆତ୍ମହତ୍ୟାର ଲାଇଭ ଦୃଶ୍ୟ ଦେଖିବା ପାଇଁ ପ୍ରେମିକାକୁ ସେ କହିଥିଲେ।

ପ୍ରେମିକ ନବନୀତ ରୋଷେଇ ଭିତରକୁ ଯାଇ କବାଟ ବନ୍ଦକରି ଦେବା ସହ ମୋବାଇଲ ଭିଡିଓ କଲକୁ ଅନ କରି ଦେଇଥିଲେ।ରୋଷେଇ ଘର ଭିତରେ ଗାମୁଛାରେ ଫାଶି ଲଗାଇ ସେ ଆତ୍ମହତ୍ୟା କରିଥିଲେ। ତା ପରେ ବହୁତ ଥର ନବନୀତଙ୍କ ପ୍ରେମିକା କଲ କରିଥିଲେ ହେଲେ କେହି ରିସିଭ୍ କରିନଥିଲେ। ସକାଳୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନବନୀତଙ୍କ ସଂପର୍କରେ ପଚାରି ବୁଝିଥିଲେ। ପୋଲିସ ଘଟଣାର ତଦନ୍ତଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.