ରାହୁଲ ଗାନ୍ଧିଙ୍କ ସାଭରକର ବୟାନକୁ ନେଇ ବଢୁଛି ବିବାଦ, ଜାଣନ୍ତୁ କିଏ କହୁଛନ୍ତି କ'ଣ ?

Published By : Prameya-News7 Bureau | December 14, 2019 IST

ନୂଆଦିଲ୍ଲୀ ୧୪।୧୨ :  ରାହୁଲ ଗାନ୍ଧିଙ୍କ ସାଭରକର ବୟାନକୁ ନେଇ ରାଜନୀତିରେ ହଟଚମଟ ଦେଖାଦେଇଛି। ବିଶେଷ କରି ମରାଠି ରାଜନେତାମାନେ ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଲେଣି। ଦିଲ୍ଲୀ ରାମଲିଳା ମୈଦାନରେ ଶନିବାର ରାହୁଲ ଗାନ୍ଧି 'ଭାରତ ବଞ୍ଚାଅ' ରାଲିକୁ ସମ୍ବୋଧିତ କରି 'ମୁଁ ମରିଯିବି ହେଲେ କେବେ କ୍ଷମା ଯାଚନା କରିବି ନାହିଁ  କାରଣ ମୁଁ ରାହୁଲ ସାଭରକର ନୁହଁ ରାହୁଲ ଗାନ୍ଧି' ବୋଲି କହିଥିଲେ।

wp:html /wp:html

ତେବେ ରାହୁଲଙ୍କ ଏଭଳି ବୟାନକୁ ନେଇ ମହାରାଷ୍ଟ୍ରରେ ମେଣ୍ଟ ସହଯୋଗୀ ଶିବସେନା ମୁହଁ ଖୋଲିଛି। ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଏକ ଟ୍ୱିଟ୍ ବାର୍ତ୍ତାରେ 'ସାଭରକର କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶର' ବୋଲି ଉଲ୍ଳେଖ କରିଛନ୍ତି। ନେହେରୁ ଓ ଗାନ୍ଧିଙ୍କ ଭଳି ସାଭରକର ମଧ୍ୟ ଦେଶ ଲାଗି ତାଙ୍କ ପ୍ରାଣ ବଳି ଦେଇଥିଲେ। ଏଣୁ ସାଭରକରଙ୍କ ସମ୍ମାନ କରାଯିବା ଉଚିତ କାରଣ ମହାନାୟକଙ୍କ ସମ୍ମାନ କରାଯାଏ ବୋଲି ରାଉତ ଉଲ୍ଲେଖ କରିଛନ୍ତି।

wp:html /wp:html

ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନବୀଶ ରାହୁଲଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଜ ନାମରେ ସାଭରକର ଯୋଡି ରାହୁଲ ନିଜକୁ ନିଜେ ଅପମାନିତ କରିଥିବା କହିଛନ୍ତି ଫଡନବୀଶ। ସ୍ୱତନ୍ତ୍ରତା ସଂଗ୍ରାମୀ ସାଭରକରଙ୍କ ନଖକୁ ବି ରାହୁଲ ସରିହେବେନି ବୋଲି ଫଡନବୀଶ କହିଥିବା ବେଳେ ଏଥିଲାଗି ତାଙ୍କୁ ନିସର୍ତ୍ତ କ୍ଷମାଯାଚନା କରିବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.