ଇମରାନ ଖାନଙ୍କ ଆତଙ୍କବାଦୀ କାର୍ଡ : ବିରୋଧୀ ଆନ୍ଦୋଳନକୁ ଦବାଇବାକୁ ଡରାଇଲେ, କହିଲେ- 'ଦେଶରେ ଆତଙ୍କବାଦୀଙ୍କ ହମଲା ଆଶଙ୍କା ରହିଛି'

Published By : Prameya-News7 Bureau | December 11, 2020 IST

ଲାହୋର, ୧୧|୧୨:  ପାକିସ୍ତାନରେ ଦିନକୁ ଦିନ ଇମରାନ୍ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏପରିକି ହାତରୁ ଶାସନ ଡୋରି ମଧ୍ୟ ଚାଲିଯିବାର ଭୟ ଘାରିଛି ପାକ୍ ପ୍ରଧାନମନ୍ତ୍ରୀଙ୍କୁ । ବିରୋଧୀ ଦଳର ବିକ୍ଷୋଭ ଓ ପ୍ରଦର୍ଶନକୁ ନେଇ ଭୟଭୀତ ଅଛନ୍ତି ଇମ୍ରାନ ସରକାର । ବିରୋଧୀଙ୍କ ରାଲିକୁ ଟାଳିବାକୁ ସେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ ଜାରି କରିଛନ୍ତି ।  ବିରୋଧୀ ଦଳର ରାଲି ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୧୧ଟି ଦଳ ସାମିଲ ହେବେ ।

ଏହି ରାଲି ପୂର୍ବରୁ ସରକାର ଏକ ଚେତବାନୀ ଦେଇଛନ୍ତି । ଆତଙ୍କବାଦୀ ସଙ୍ଗଠନ ତେହରିକ-ଏ-ତାଲିବାନ ଦେଶରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିବା ନେଇ ଚେତାବନୀ ଦିଆଯାଇଛି । କିନ୍ତୁ ଦେଶର କେଉଁ ସ୍ଥାନରେ ଆକ୍ରମଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ପାକ୍ ଚ୍ୟାନେଲ୍ ଏଆରଓ୍ୱାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାକ୍ ସରକାର କହିଛନ୍ତି ଯେ, ମିନାର-ଏ-ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ରାଲିକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିପାରନ୍ତି । ପୂର୍ବରୁ ମଧ୍ୟ କେତେକ ଆକ୍ରମଣ ଯୋଜନା ଫେଲ୍ ମାରିଛି । ତେଣୁ ରାଲି ବେଳେ ସତର୍କ ରହିବା ନେଇ ଚେତାବନୀ ଜାରି କରାଯାଇଛି ।

ଏହାପୂର୍ବରୁ ସରକାର ବିରୋଧୀ ରାଲିକୁ ସ୍ଥଗିତ କରିବା ପାଇଁ ଇମରାନ ଖାନ ଅନୁରୋଧ କରିଥିଲେ । କରୋନାକୁ ଆଳ କରି ସେ ଏପରି ଅନୁରୋଧ କରିଥିଲେ । କିନ୍ତୁ ବିରୋଧୀ ଦଳ ପଛକୁ ହଟିବା ମୁଡ୍‌ରେ ନାହାଁନ୍ତି । ବିରୋଧୀ ଦଳ ପେଶାଓ୍ୱାର, ଗୁ଼ଞ୍ଜାରଓ୍ୱାଲା, କରାଚୀ କ୍ୱେତା ଓ ମୁଲତାନରେ ମଧ୍ୟ ରାଲି କରିବା ନେଇ ଯୋଜନା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.