ଉଷ୍ମସାଗରୀୟ ତୋଫାନ୍ କେରେନ୍’ ଏବେ ପ୍ୟୁଏର୍ଟୋ ରିକୋ ମୁହାଁ
23/09/2019 at 6:15 PM

ପ୍ୟୁଏର୍ଟୋରିକୋ – ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ଉଷ୍ମସାଗରୀୟ ତୋଫାନ୍ ବା ଟ୍ରପିକାଲ ଷ୍ଟର୍ମ ଏବେ ପ୍ୟୁଏର୍ଟୋ ରିକୋ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ଜୋରରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର ସୂଚନା ଦେଇଛି ।
ଉଷ୍ମସାଗରୀୟ ତୋଫାନ୍ କରେନ୍ ଏବେ ଭେନଜୁଆଲ୍ର ସ୍ଥଳଭାଗ ଆଡକୁ ଗତି କରୁଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ପରେ ଉତ୍ତର ଦିଗରେ ଗତି କରିବ ବୋଲି ନ୍ୟାସନାଲ ହରିକେନ୍ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।ପରେ ଏହା ପ୍ୟୁଏର୍ଟୋ ରିକୋ ଓ ଆମେରିକାର ଭର୍ଜିନ ଦ୍ୱୀପ ଆଡକୁ ଗତି କରିବ ।
ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ତୋଫାନ୍ ଅଧିକ ଶକ୍ତିଶାଳୀ ହେବ ନାହିଁ ବୋଲି ନ୍ୟାସନାଲ ହରିକେନ୍ ସେଣ୍ଟର ପକ୍ଷରୁ କୁହାଯାଇଛି ।
ଆସନ୍ତା ସପ୍ତାହରେ ଆଉ ଏକ ତୋଫନ୍ ସୃଷ୍ଟି ହେବ , ଏହା ବର୍ମୁଡା ଦିଗରେ ଗତି କରିବ ବୋଲି ସୂଚନା ମିଳିଛି