Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ପୂର୍ବ ଆମେରିକାରେ tropical storm ‘ଇସାୟସ’ର ତାଣ୍ଡବ, ବିଭିନ୍ନ ସ୍ଥାନରେ ୬ ମୃତ

5/08/2020 at 4:57 PM

ୱିଣ୍ଡସର: ଆମେରିକା ପୂର୍ବ ଉପକୂଳରେ ଟ୍ରପିକାଲ ଷ୍ଟର୍ମ ଇସାୟସ ତାଣ୍ଡବ ରଚିଛି। ଭୀଷଣ ବର୍ଷା ସାଙ୍ଗକୁ ଝଡ଼ତୋଫାନରେ ବିଭିନ୍ନ ସ୍ଥାନରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଏମାର୍ଜେନ୍ସୀ ବିଭାଗ ସୂଚିତ କରିଛନ୍ତି। ଝଡ ଘଣ୍ଟାପ୍ରତି ୬୫ ମାଇଲ ବେଗରେ ଭୂଭାଗକୁ ପ୍ରବେଶ କରିବା ପରେ ଝଡତୋଫାନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଉତ୍ତର କାରୋଲିନାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପେନସିଲଭାନିଆ, ମେରିଲ୍ୟାଣ୍ଡ ଓ ନ୍ୟୁୟର୍କରେ ଜଣେଜଣେ ପ୍ରାଣ ହରାଇଛନ୍ତି।

ସେପଟେ ଡେଲାୱେରରେ ଗଛପଡି ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଝଡର ବେଗ ହ୍ରାସ ହୋଇଥିବା ବେଳେ ଏବେ କାନାଡା ମୁହାଁଇଛି। ଝଡ ତୋଫାନ ଯୋଗୁ ବିଦ୍ୟୁତ ସରବରାହ ବାଧିତ ହୋଇଥିବା ବେଳେ ୫ଲକ୍ଷ ଘର ଅନ୍ଧାରରେ ରହିଛି। ଫିଲାଡେଲଫିଆରେ ସୁଇଲକେଲ ନଦୀର ଜଳସ୍ତର ୧୫.୪ଫୁଟ ପର୍ଯ୍ୟନ୍ତ ବଢିଯାଇଛି। ଗତ ଦେଶହ ବର୍ଷରେ ନଦୀରେ ପ୍ରଥମଥର ଏତେ ପରିମାଣରେ ବନ୍ୟାପାଣି ପ୍ରବାହିତ ହେଉଛି।

ବର୍ଷା ଲାଗି ରହିଥିବାରୁ ପୂର୍ବ କାରୋଲିନା, ଆଟଲାଣ୍ଟିକର କିଛି ଅଂଶ ଓ ଉତ୍ତର ପୂର୍ବ ଆମେରିକାରେ ବୁଧବାର ବନ୍ୟା ଆଶଙ୍କା କରାଯାଇଛି। ଏଣୁ ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ନିମନ୍ତେ ସମ୍ପୃକ୍ତ ଅଞ୍ଚଳର ପ୍ରଶାସନ ନିବେଦନ କରିଛନ୍ତି। ସୋମବାର ସାଧାରଣ ଟ୍ରପିକାଲ ଷ୍ଟର୍ମ ଥିବା ଇସାୟସ୍‌ ଅଚାନକ ପ୍ରଥମ ଶ୍ରେଣୀ ବାତ୍ୟାରେ ପରିଣତ ହୋଇଥିଲା। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମରୁ ସତର୍କ କରାଇଥିଲେ।

   Related Posts