Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦ ଆକ୍ରମଣର ଆଶଙ୍କା : ଶ୍ରୀନଗରକୁ ଯାଉଥିବା ବିମାନରୁ ଓହ୍ଲାଇଲେ ବିଦେଶୀ ପର୍ଯ୍ୟଟକ

3/08/2019 at 11:26 AM

 ନୂଆଦିଲ୍ଲୀ ୩/୮: କେନ୍ଦ୍ର ସରକାରଙ୍କ କେତେକ ନିଷ୍ପତ୍ତି ପରେ କାଶ୍ମୀରରେ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। କାଶ୍ମୀରରେ କିଛି ବଡ଼ ଧରଣର ବିପଦ ଘଟିବାର ଆଶଙ୍କା ରହିଛି। ଏହାକୁ ନେଇ ଜାମ୍ମୁ କାଶ୍ମୀରରେ ବିଭିନ୍ନ ପ୍ରକାର ଗୁଜବ ବ୍ୟାପିବାକୁ ଲାଗିଛି ଏବଂ କାଶ୍ମୀରବାସିନ୍ଦା ଏବେ ଭୟଭୀତ ହୋଇ ରହିଛନ୍ତି। ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଫ୍ଲାଇଟ୍ ରୁ ବିଦେଶୀ ନାଗରିକମାନେ ଓଡ୍ଲାଇ ଯାଇଛନ୍ତି। ଏହି ସମସ୍ତ ଯାତ୍ରୀ ନ୍ୟୁଜିଲାଣ୍ଡର ଥିଲେ ଏବଂ ଶ୍ରୀନଗର ଯାଉଥିଲେ।

ଏହି ଯାତ୍ରୀଙ୍କୁ ଗୁଇନ୍ଦା ସଂସ୍ଥାରୁ ଖବର ଦିଆଯାଇଥିଲା ଯେ ଶ୍ରୀନଗର ଯିବା ଏବେ ସୁରକ୍ଷିତ ହେବ ନାହିଁ। ଏହା ପରେ ସେ ପ୍ଲେନରୁ ଓହ୍ଲାଇଯାଇଥିଲେ। ଏହି ଘଟଣା ଘଟିଛି ଦିଲ୍ଲୀ ଏୟାରପୋର୍ଟରେ। ଏହି ସମସ୍ତ ଯାତ୍ରୀ ଦିଲ୍ଲୀରୁ ଶ୍ରୀନଗର ଯାଉଥିଲେ। ସବୁ ଯାତ୍ରୀ ପ୍ଲେନରେ ବସି ସାରିଥିଲେ । କିନ୍ତୁ ସେହି ସମୟରେ ତାଙ୍କୁ ମ୍ୟାସେଜ ମିଳିବାରୁ ସେମାନେ ଓହ୍ଲାଇ ଯାଇଥିଲେ।

କେବଳ ଗୋଟିଏ ସପ୍ତାହ ମଧ୍ୟରେ ୩୫ହଜାର ଯବାନ ମୁତୟନ ହେବା ସହ ଟୁରିଷ୍ଟ ଏବଂ ଅମରନାଥ ଯାତ୍ରୀଙ୍କୁ  ଯଥାଶୀଘ୍ର ଘାଟିରୁ ପଳାଇଯିବାକୁ ନିଦ୍ଦେଶ ଦିଆଯାଇଛି ଏବଂ ସମସ୍ତ ଏୟାରଲାଇନ୍ସକୁ ଅତିରିକ୍ତ ଫ୍ଲାଇଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସବୁ କାରଣ ପାଇଁ ଜଣା ପଡ଼ୁଛି ଯେ କାଶ୍ମୀରରେ କିଛି ବଡ଼ ଧରଣର ଘଟିବ ଏବଂ ଏଥିପାଇଁ କାଶ୍ମୀରବାସୀଙ୍କ ଆଖିର ନିଦ ହଜିଯାଇଛି।

   Related Posts