୬୪ ବର୍ଷ ବୟସରେ ଯୁବକ ଭଳି ଦେଖାଯିବାକୁ ସାପ ରକ୍ତ ପିଉଛନ୍ତି ଅନିଲ କପୁର: ଟ୍ରୋଲର୍ସଙ୍କୁ ଏମିତି ଜବାବ ଦେଲେ ଅଭିନେତା

Published By : Prameya-News7 Bureau | September 15, 2021 IST

ମୁମ୍ବାଇ ୧୫/୦୯ : ନିକଟରେ ବଲିଉଡ ଅଭିନେତା ଅନିଲ କପୁର ଅରବାଜ ଖାନଙ୍କ ଚାଟ ଶୋ' ପିଞ୍ଚ ୨ ରେ ନଜର ଆସିଥିଲେ। ଏହି ଶୋ'ରେ ସେ ଟ୍ରୋଲର୍ସଙ୍କ ଅଜବ ଅଜବ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଶୋ’ରେ ଅରବାଜ ଖାନ ଅତିଥି ଭାବରେ ଆସିଥିବା ସେଲିବ୍ରିଟିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବା କିଛି କମେଣ୍ଟ ପଢି ଶୁଣାନ୍ତି ଓ ସେଲିବ୍ରିଟି ତାର ଜବାବ ଦେଇଥାନ୍ତି। ଅରବାଜ ଏମିତି କିଛି କମେଣ୍ଟ ଶୁଣାଇଥିଲେ ତାର ଜବାବ ଅନିଲ କପୁର ବିନ୍ଦାସ ହୋଇଥିଲେ।

୬୪ ବର୍ଷ ବୟସ୍କ ଅନିଲ କପୁର ଏବେ ବି ଯୁବକ ଭଳି ଦେଖା ଯାଉଛନ୍ତି। ଯେଉଁଥିପାଇଁ ଅରବାଜ ଖାନ ଭିଡିଓରେ କିଛି ଲୋକଙ୍କ ପ୍ରତିକ୍ରିୟା ଦେଖାଇଥିଲେ। ଜଣେ ପ୍ରଶଂସକ କମେଣ୍ଟ କଲେ, ମୋତେ ଲାଗୁଚି ଅନିଲ କପୁର ପ୍ଲାଷ୍ଟିକ ସର୍ଜନଙ୍କ ସାଙ୍ଗେ ରୁହନ୍ତି। ଆଉ ଜଣେ କହିଲେ, ମୋତେ ଲାଗୁଛି ଅନିଲ ସାପ ରକ୍ତ ପିଅନ୍ତି। ଭିଡିଓ ଦେଖି ଅନିଲ କପୁର ହସିଲେ ଓ ଅରବାଜ ଖାନଙ୍କୁ କହିଲେ, ପ୍ରକୃତରେ ଆପଣମାନେ ଟଙ୍କା ଦେଇ...ଠିକ ଏତିକିବେଳେ ଅରବାଜ ଖାନ ତାଙ୍କୁ ଭରସା ଦେଇଥିଲେ ଯେ କମେଣ୍ଟ ୧୦୦% ସତ। ତାପରେ ଅନିଲ କହିଛନ୍ତି ଯେ, ମୁଁ ପ୍ଲାଷ୍ଟିକ ସର୍ଜନଙ୍କୁ ଧରି ବୁଲୁଛି।

ସେ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ, ପ୍ରଫେସନାଲି ଓ ଫାଇନାନସିଆଲି ଭାଗ୍ୟବାନ ଯେ ଏତେ ଭଲ ଜୀବନ ଜିଇଁଛି। ମୋତେ ପ୍ରଶଂସକ ଏତେ ଭଲ ପାଉଛନ୍ତି, ଯେଉଁଥିପାଇଁ ମୋତେ ଭଲ ଦେଖାଯିବାରେ ସାହାଯ୍ୟ ମିଳିଛି। ସମସ୍ତଙ୍କ ଜୀବନରେ ଉତ୍ଥାନ-ପତନ ଅଛି କିନ୍ତୁ ମୁଁ ଭାଗ୍ୟବାନ। ମୁଁ ଭାବୁଛି ଯଦି ଆପଣ ଦିନର ୨୪ ଘଣ୍ଟାରୁ ଗୋଟିଏ ଘଣ୍ଟା ବାହାର କରି ନିଜର ଯତ୍ନ ନେଇ ପାରିବେ ନାହିଁ, ତେବେ ଜୀବନର କିଛି ଅର୍ଥ ନାହିଁ। ଏହା ବ୍ୟତୀତ ଶୋ’ରେ ଅରବାଜ ଜଣେ ଟ୍ରୋଲରଙ୍କ କମେଣ୍ଟ ପଢି ଶୁଣାଇଥିଲେ ଯେଉଁଥିରେ ସେ କହିଥିଲେ ଯେ ଅନିଲ କପୁର ଓ ତାଙ୍କ ଝିଅ ଟଙ୍କା ପାଇଁ କିଛି ବି କରିପାରନ୍ତି। ଏଥିରେ ସେ ଜବାବ ଦେଇଥିଲେ, ବୋଧହୁଏ ଟ୍ରୋଲରଙ୍କ ଦିନ ଖରାପ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.