Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦିନ ଦ୍ବିପହରେ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଗୁଳିମାଡ଼, ଦୁର୍ବୃତ୍ତ ଲୁଟି ନେଲେ ୧୧ ଲକ୍ଷ ଟଙ୍କା

18/11/2019 at 1:42 PM

ଗୋରଖପୁର୧୮/୧୧: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦିନ ଦ୍ବିପହରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ଦୁର୍ବୃତ୍ତ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ବେଲିପାର ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ପୋଲିସର ସୂଚନା ଅନୁସାରେ ନଭେମ୍ବର ୧୮ ତାରିଖରେ କେତେ ଜଣ ବାଇକ ଚାଳକ ଗାଡ଼ିରେ ପେଟ୍ରୋଲ ପକାଇ ପାଇଁ ପେଟ୍ରୋଲ ପମ୍ପ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ପେଟ୍ରୋଲ ପମ୍ପ୍ ମ୍ୟାନେଜରଙ୍କୁ ଗୁଳିକରି ଗୋଟିଏ ବ୍ୟାଗ୍‌ରେ ଥିବା ୧୧ ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ପେଟ୍ରୋଲ ମ୍ୟାନେଜରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ଛାନଭିନ୍ ଜାରି ରଖିଛି।

   Related Posts