Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଆଫଗାନିସ୍ତାନକୁ ନେଇ ଡୋଭାଲଙ୍କ ମିଟିଂର ଗୋଟିଏ ଦିନ ପରେ ପାକିସ୍ତାନରେ ବୈଠକ, ଚୀନ ସହ ଆମେରିକା ସାମିଲ୍‌

11/11/2021 at 4:20 PM

ଇସ୍ଲାମାବାଦ ୧୧/୧୧: ପାକିସ୍ତାନ ଗୁରୁବାର ଚୀନ, ରୁଷ ଏବଂ ଆମେରିକା ସହ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ବୈଠକ କରିଛି।  ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶୀ ଚେତାବନୀ ଦେଇ କହିଛନ୍ତି, ଆଫଗାନିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କାବୁଲ ଉପରେ ତାଲିବାନ କବଜା କରିବା ପରେ ଟ୍ରୋଇକା ପ୍ଲସ୍‌ର ଏହା ପ୍ରଥମ ବୈଠକ ।

ଏହା ପରେ କୁରେଶୀ କହିଛନ୍ତି, ଆଫଗାନିସ୍ତାନ ସହ ସମ୍ପର୍କ ଜାରି ରଖିବା ସହ ତାଲିବାନ ସରକାରକୁ ଆଗକୁ ବଢ଼ିବା ପାଇଁ ସହାୟତା କରିବା ଦରକାର। କୌଣସି ଦେଶ ପୁନର୍ବାର ଗୃହଯୁଦ୍ଧ ଦେଖିବାକୁ ଚାହୁଁନାହାନ୍ତି। ଆମେ ସମସ୍ତେ ଏକ ନୂଆ ଶରଣାର୍ଥୀ ସଙ୍କଟକୁ ରୋକିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି। ମାନବାଧିକାର ସଙ୍ଗଠନ ଆଫଗାନିସ୍ତାନରେ ଜାରି ଗମ୍ଭୀର ମାନବୀୟ ସଙ୍କଟ ପାଇଁ ନିରନ୍ତର ସହାୟତା ଯୋଗାଇବାକୁ ଅପିଲ କରିଆସୁଛି। ବିଶ୍ବ ସ୍ତରରେ ବିଭିନ୍ନ ବ୍ୟାଙ୍କିଙ୍ଗ ସିଷ୍ଟମ ଉପରେ ଲାଗିଥିବା କଟକଣା କାରଣରୁ ଆଫଗାନିସ୍ତାନର ଅର୍ଥବ୍ୟବସ୍ଥା ସଙ୍କଟଗ୍ରସ୍ତ ହୋଇଛି। ତେଣୁ ପାକିସ୍ତାନ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକୁ ଆଫଗାନିସ୍ତାନ ବିକାଶ ପାଇଁ ସହଯୋଗ କରିବାକୁ ଅପିଲ୍‌ କରିଥିବା ଜଣାପଡ଼ିଛି।

ଏହା ବ୍ୟତୀତ ଇମ୍ରାନ ଖାନଙ୍କ ସରକାର ନିଜର ଚୀନ ପାକିସ୍ତାନ ଇକୋନୋମିକ୍‌ କରିଡର (ସିପିଇସି) ଯୋଜନା​‌ରେ ଆଫଗାନିସ୍ତାନକୁ ସାମିଲ୍‌ କରିବା ଉପରେ ମଧ୍ୟ ବିଚାର କରୁଛନ୍ତି। ଏହି ସିପିଇସି ଚୀନର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ ବ୍ୟାନର ଅନ୍ତର୍ଗତ ଏକ ଯୋଜନା । ସେପଟେ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ୩ ଦିନିଆ ଇସ୍ଲାମାବାଦ ଗସ୍ତରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ନିକଟରେ ଭାରତ ଆପଗାନିସ୍ତାନ ପ୍ରସଙ୍ଗକୁ ନେଇ ଅନେକ ଦେଶ ସହ ବୈଠକ କରିଥିଲା। ଏଥିରେ ସାମିଲ ହେବାକୁ ପାକିସ୍ତାନ ମନା କରିଥିଲା।

   Related Posts