ଉତ୍ତରାଖଣ୍ଡ ରାଜନୀତିରେ ପୁଣି ଟ୍ୱିଷ୍ଟ: କମବ୍ୟାକ୍ କରିପାରନ୍ତି ତ୍ରିବେନ୍ଦ୍ର ସିଂହ ରାଓ୍ୱତ, ରେସରେ ଅନେକ

Published By : Prameya-News7 Bureau | July 03, 2021 IST

ଉତ୍ତରାଖଣ୍ଡ ୩/୭: କିଏ ହେବ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସତ୍ୟପାଲ ମହାରାଜଙ୍କ ଠାରୁ ଆରମ୍ଭ କରି ଧନ ସିଂ ରାୱତଙ୍କ ଭଳି ଅନେକ ନାମ ଲିଷ୍ଟରେ ରହିଛି । କିନ୍ତୁ ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏଣ୍ଟ୍ରି କରିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ରାଜନୀତି ବିଶେଷଜ୍ଞମାନେ କହିଛନ୍ତି ଯେ ତ୍ରିବେନ୍ଦ୍ର ସିଂ ରାୱତ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ଦୌଡରେ ଅଛନ୍ତି ।

କାରଣ ଉପସ୍ଥିତ ଥିବା ବା ଆକ୍ଟିଭ ଥିବା ବିଧାୟକଙ୍କ ମଧ୍ୟରୁ କିଏ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପିର ରାଜ୍ୟ ସଭାପତି ସୂଚାଇ ଦେଇଛନ୍ତି । ଉତ୍ତରପ୍ରଦେଶର ରାଜ୍ୟ ବିଜେପି ସଭାପତି ମଦନ କୌଶିକଙ୍କ ବିବୃତ୍ତି ମଧ୍ୟ ଏହି ସମ୍ଭାବନାକୁ ବଳ ଦେଇଛି । ବାସ୍ତବରେ, ମଦନ କୌଶିକ ସୂଚାଇ ଦେଇଛନ୍ତି ଯେ ଏଠାରେ କେବଳ ସିଏମଙ୍କ ଚେୟାର ବର୍ତ୍ତମାନର ବିଧାୟକ ହିଁ ପରିଚାଳନା କରିପାରିବେ ।

ଯଦି ତ୍ରିବେନ୍ଦ୍ର ସିଂ ରାୱତ ପୁଣିଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ଏହି ରାଜ୍ୟ ରାଜନୀତିରେ ଏହା ଏକ ବଡ଼ ମୋଡ଼ ହେବ । ସୂଚନା ଥାଉକି, ରାଜ୍ୟରେ ଉପ-ନିର୍ବାଚନର ଅନିଶ୍ଚିତତା ମଧ୍ୟରେ ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଉତ୍ତରପ୍ରଦେଶରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି । ଆଜି ବିଧାୟକ ଦଳ ବୈଠକରେ ନୂତନ ନେତା ନିର୍ବାଚିତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.